ଚଇତି ଅବସର ରେ ସାହିତ୍ୟ ମହାକୁମ୍ଭ ଅନୁଷ୍ଠିତଯୁବପିଢୀ ଙ୍କ ସାହିତ୍ୟ ରୁଚି ବଢେଇବା ମୁଖ୍ୟ ଉଦ୍ଦେଶ୍ୟ
ରାୟଗଡ : ସମାଜର ହିତ ସାଧନ କରେ ସାହିତ୍ୟ,ବିଶେଷ କରି ଯୁବ ପୀଢ଼ି ଙ୍କ ସାହିତ୍ୟ ରୁଚି ବଢେଇବା ତଥା ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟ ର ସୁରକ୍ଷା ନିମନ୍ତେ ଚଇତି ସାହିତ୍ୟ ମହାକୁମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ସଭାପତିତ୍ବ ରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକ ତଥା ପଞ୍ଚବଟୀ ପତ୍ରିକା ସମ୍ପାଦକ ସୁଶାନ୍ତ ନାୟକ, ମୁଖ୍ୟବକ୍ତା ରୂପେ ସାହିତ୍ୟିକ ରାଜୀବ କୁମାର ଷଡ଼ଙ୍ଗୀ,ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ସମାଜସେବୀ ଅକ୍ଷୟ କୁମାର ଦାସ,ସାହିତ୍ୟିକ ପ୍ରତାପ ରାୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ର ପ୍ରଥମ ଅଧିବେଶନ ରେ ଅତିଥି ମାନେ ନିଜ ବକ୍ତବ୍ୟ ରେ ଯୁବ ପୀଢ଼ି ଙ୍କୁ ସାହିତ୍ୟ ପ୍ରତି ରୁଚି ବଢେଇବା ସହ ଓଡ଼ିଆ ଭାଷା ସାହିତ୍ୟ ର ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଦ୍ଵିତୀୟ ଅଧିବେଶନ ରେ ବକ୍ତା ରୂପେ ବଂଶୀଧର ସେଠୀ,ଅବସରପ୍ରାପ୍ତ ଅଧ୍ୟାପକ ସିମାଞ୍ଚଳ କର,ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ କୈଳାସ ମଲ୍ଲିକ ଯୋଗ ଦେଇ ଭଞ୍ଜ ସାହିତ୍ୟ ଉପରେ ଆଲୋକପାତ କରିଥିଲେ।ଏହି ଅବସର ରେ ବିଶିଷ୍ଟ ସାହିତ୍ୟିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ର ତୃତୀୟ ଅଧିବେଶନ ରେ କବିତା ଆସର ଆୟୋଜିତ ହୋଇଥିଲା ଏଥିରେ ୧୦୦ ଜଣ କବି କବିୟତ୍ରୀ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ସ୍ବରଚିତ କବିତା ପାଠ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଅଶ୍ଵିନୀ ତ୍ରିପାଠୀ,ରମେଶ ମିଶ୍ର,ଗାୟତ୍ରୀ ମିଶ୍ର ଓ ଅକ୍ଷୟ କୁମାର ପଣ୍ଡା ସହଯୋଗ କରିଥିଲେ ।ଶେଷରେ ଦୁର୍ଗା ପ୍ରସାଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
