ଶ୍ରୀ ହନୁମାନ ଚାଳିଶା, ସୁନ୍ଦର କାଣ୍ଡ ପାରାୟଣ ମହାଯଂଜ୍ଞ ର ପୂର୍ଣ୍ଣାହୁତି
ରାୟଗଡ( info media)ଶ୍ରୀ ଶ୍ରୀ ଶ୍ରୀ ଦକ୍ଷିଣ ମୁଖି ସଂଜୀବନି ହନୁମାନ ମନ୍ଦିର ଅମ୍ଲାଭଟା ଛକ ଜେଜେପୁର ଠାରେ 108 କୋଟି ମହାମୃତ୍ୟୁଞ୍ଜୟ ମନ୍ତ୍ର ଅନୁଷ୍ଠାନ ଅନ୍ତର୍ଗତ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ ଙ୍କ ପ୍ରତକ୍ଷ୍ୟ ତ୍ବତ୍ୱାବଧାନ ରେ ଗତ 13.08.2026 ଠାରୁ ଆରମ୍ଭ ହୋଇଥିବା 27 ହଜାର କୋଟି ଶ୍ରୀ ହନୁମାନ ଚାଳିଶା, 554 ଶ୍ରୀ ସୁନ୍ଦରକାଣ୍ଡ ପାରାୟଣ ମହାଯଂଜ୍ଞ, ମହାମୃତ୍ୟୁଞ୍ଜୟ ଜପ ମହାଯଂଜ୍ଞ, ଦୈନଦିନ ରୁଦ୍ର ପାରାୟଣ ଓ ବିଶେଷ ଅଭିଷେକ, ବିଶେଷ ରୁଦ୍ର ମହା ଆଗ୍ନ୍ୟା ,ଶ୍ରୀ ରାମ ଚରିତ ମାନସ ପରାୟଣ ଶୁଭଆରମ୍ଭ,ବିଶେଷ ଶ୍ରୀ ହନୁମାଥ ହବନ ର ଦୀର୍ଘ 41 ଦିନ ଧରି ଚାଲିଥିବା ଅନୁଷ୍ଠାନ ର ପୂର୍ଣ୍ଣାହୁତି ହୋଇଯାଇଛି l 22.09.2926 ମଙ୍ଗଳବାର ଦିନ ଅଖଣ୍ଡ ରାମଚରିତ ମାନସ ପାରାୟଣ ର ବିଶେଷ ପୂର୍ଣ୍ଣାହୁତି 23.09.2026 ରେ ଅନୁଷ୍ଠିତ ହୋଇଯାଇଛି l ପୂର୍ଣ୍ଣାହୁତି ଦିନ ଭକ୍ତ ଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା l ପୂର୍ଣ୍ଣାହୁତି ର ଅନ୍ତିମ ଦିବସ କାର୍ଯ୍ୟକ୍ରମ ରେ ସରସ୍ବତୀ ସ୍ୱାମୀ ଅଭିମନ୍ୟୁ ଗିରି,ଦର୍ଶନ ବିଦ୍ୟାର୍ଥୀ ବିଦ୍ୟାନନ୍ଦ ଜି ମହାରଜ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ଜି କାମାକ୍ଷା ପୀଠ ଆସାମ,ସାଦ୍ବୀ ଅନ୍ନପୂର୍ଣ୍ଣା ଗିରି (ଦେବ ଗିରି) ଯୋଗ ଦେଇ ସନାତନ ଧର୍ମ ର ରକ୍ଷା ନିମନ୍ତେ ମାତୃଶକ୍ତି ଜାଗ୍ରତ ପାଇଁ ସଚେତନତା କରିଥିଲେ ଓ ହବନ ସହିତ କାର୍ଯ୍ୟକ୍ରମ ର ପୂର୍ଣ୍ଣାହୁତି କରିଥିଲେ l ଅନ୍ତିମ ଦିନ ର କାର୍ଯ୍ୟକ୍ରମ ରେ ସଭାପତି ପି ରମେଶ ବାବୁ ଉପ ସଭାପତି ପଦ୍ମନାଭ ଚୌଧୁରୀ ସୁରେଶ ଚନ୍ଦ୍ର ତ୍ରିପାଟି,ପୂଜକ କାଶୀନାଥ ପତି,ଜି ଚିନ୍ନାମ ନାଇଡ଼ୁ, ଲୀଲାବତୀ ସରଙ୍ଗୀ,ପଦ୍ମନାଭ ଦାଶ (ଟୁଟୁ ଦାସ ), ରାଜେନ୍ଦ୍ର ସାହୁ, ତ୍ରିନାଥ ସାହୁ,ରାମ କୃଷ୍ଣ ପାଣିଗ୍ରାହୀ,ଧର୍ମେନ୍ଦ୍ର ପାଣ୍ଡେ,ଆଶୁତୋଷ ତିୱାରୀ, ରାଜ କୁମାର ସିହ୍ନ,ରାମବାବୁ,କିଷାନ ଭାଇ ଙ୍କ ସମେତ ମନ୍ଦିପରିଚାଳନା କମିଟି ସଦସ୍ୟ ସଦସ୍ୟା ଅଂଚଳର ଭକ୍ତ ମଣ୍ଡଳୀର ବହୁ ମାତ୍ର ରେ ଅଂଶଗ୍ରହଣ କରିଥିଲେରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
