ପାରଳା ବିଧାୟକ ଗୁମ୍ମା ବ୍ଲକ କ୍ଷୟକ୍ଷତି ବୁଲି ଦେଖିଲେ ।

ପାରଳା ବିଧାୟକ ଗୁମ୍ମା ବ୍ଲକ କ୍ଷୟକ୍ଷତି ବୁଲି ଦେଖିଲେ ।
Spread the love

ପାରଳା ବିଧାୟକ ଗୁମ୍ମା ବ୍ଲକ କ୍ଷୟକ୍ଷତି ବୁଲି ଦେଖିଲେ ।
ଗଜପତି (ମନୋଜ ପାଢୀ)

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ଗତ ଦୁଇ ତାରିଖର ଯେଉଁ ଲଗାଣ ବର୍ଷାରେ ହେଲା ଗୁମ୍ମା ବ୍ଲକ ର ଅନେକ ଗ୍ରାମରେ କ୍ଷୟକ୍ଷତି ହୋଇଅଛି ଅଧିକାଂଶ ତରଭା ପଞ୍ଚାୟତ ର ଆଶ୍ରୟାଗଡ଼ ଏକ ପଲ ପାଣିରେ ଧସିଗଲା ଏବଂ ସୁକେଇ ଗ୍ରାମରେ ଧାନ ମେସିନ ପାଣିରେ ଭାସିଗଲା ଓ ମାଡାଉଲ ଗ୍ରାମରେ ଅନେକ ଚାଷୀର ଫସଲ ସବୁ ନଷ୍ଟ ହୋଇଅଛି ଗୁମା, ଗାଇବା ରାସ୍ତା ପାଣି ରେ ଧସିଛି ଏ ସବୁଗ୍ରାମ ବୁଲି ଦେଖିଲେ ପାରଳା ବିଧାୟକ ଇଁ ରୁପେଶ କୁମାର ପାଣିଗ୍ରାହୀ ଏବଂ ବିଧାୟକ ଙ୍କ ସହ ଗୁମ୍ମା ବ୍ଲକ ର ଗଷ୍ଟି ଉନୟନ ଅଧିକାରୀ ତୁଲେମ ରାମ ମାରାଣ୍ଡି, ଗୁମ୍ମା ବ୍ଲକ ଅଧ୍ୟାକ୍ଷା ସୁନେମି ମଣ୍ଡଳ, ଏ ଈ ଈ ବିଭୁ ଚନ୍ଦନ ପୂଜାରୀ ଏ ଈ ପ୍ରଶାନ୍ତ ମିଶ୍ର ବିଧାୟକ ଙ୍କ ସହ କ୍ଷୟକ୍ଷତି ବୁଲି ସମୀକ୍ଷା କରିଲେ ଏବଂ ତୁମୁଳ ପଞ୍ଚାୟତ ର ତୁମଚାର, ଅରାଙ୍ଗୁଗୁଳ, ତବରସିଂ ଗ୍ରାମବାସୀ ବିଧାୟକ ଙ୍କୁ ନିଜ ଗ୍ରାମକୁ ନେବା ପାଇଁ ଏକ ପୁରୁଣା ମହେନ୍ଦ୍ର ଟ୍ରେକର ନେଇକି ଆସିଲେ ଏବଂ ନିଜ ଗ୍ରାମକୁ ଆସିବା ପାଇଁ ଅନୁରୋଧ କରିଲେ କାରଣ ପଥରୀୟା ରାସ୍ତା ହୋଇଥିବା କାର ନ ଯିବାରୁ ବିଧାୟକ ଗ୍ରାମ ବାସୀଙ୍କ ଟ୍ରେକର ରେ ବସି ସେହି ତୁମଚର ଗ୍ରାମକୁ ଗଲେ ରାସ୍ତାରେ ବଡ଼ ବଡ଼ ପଥର ବର୍ଷା ଦିନରେ ଯିବା ଆସିବା ବହୁତ କଷ୍ଟ ତଥାପି ସେହି ଗ୍ରାମରେ ପହଁଚିଲେ ବିଧାୟକ ଗ୍ରାମବାସୀ ନିଜ ଦୁଃଖ ଜଣାଇଲେ ଏବଂ ଗ୍ରାମବାସୀ ଙ୍କ କହିବା ଅନୁଯାଇ ଆଜି ପର୍ଯ୍ୟନ୍ତ ଆମ ଗ୍ରାମମାନଙ୍କୁ କୌଣସି ବିଧାୟକ ବା ସାଂସଦ ଆସିନାହାନ୍ତି ପ୍ରଥମ ଆପଣ ବିଧାୟକ ଭାବେ ଆମ ଗ୍ରାମକୁ ଆସିଥିବାରୁ ଆପଣ ଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ ବିଧାୟକ ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ବୁଝିଲେ ଏବଂ ପ୍ରଥମେ ରାସ୍ତା କାମ ତୁରନ୍ତ କରିବା ପାଇଁ ପ୍ରତିଶୃତି ଦେଲେ ଓ ପୂର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ଦିଲୀପ ବେହେରା ଙ୍କୁ ଯଥା ଶୀଘ୍ର ଏ ରାସ୍ତା କାମ କରିବାକୁ କହିଲେ ବିଧାୟକ ଙ୍କ ସହ ଜିଲ୍ଲା ସଭାପତି ପ୍ରଦୀପ ନାଇକ, ବ୍ଲକ ଉପାଦକ୍ଷ ଶ୍ରୀନିବାସ ରାଓ,ବୁଲୁ ରଇତ, ମସଲୁନ ରଇତ, ପ୍ରିତମ ପାଳ, ବରିଷ୍ଠ ବିଜେଡ଼ି ନେତା କୃଷ୍ଣ ବେହେରା ବିଧାୟକ ଙ୍କ ସହ ଉପସ୍ଥିତ ଥିଲେ ।