ଗଜପତି ଛାତ୍ରୀଙ୍କ ଜାତୀୟସ୍ତର ପ୍ରେରଣାରେ ଯୋଗଦାନ ।
ଗଜପତି,୧୧.୮(ମନୋଜ ପାଢ଼ୀ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ର ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବରେ ଯୋଗଦାନ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେ ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରେରଣା ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ । ସେଥିରେ ତାଙ୍କ ସ୍ଵରଚିତ କବିତା ସହ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କୃତିତ୍ଵ ହାସଲ କରି ଗତ ୨ ଅଗଷ୍ଟଠାରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଗୁଜରାଟର ଭଦନଗର ଠାରେ ଅନୁଷ୍ଠିତ ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ କୃତିତ୍ଵର ସହ ମାନପତ୍ର ହାସଲ କରିଛନ୍ତି । ସେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଅଟନ୍ତି । ତାଙ୍କ ସହ ଯାଇଥିବା ତତ୍ତ୍ଵାବଧାରିକା ଶିକ୍ଷୟିତ୍ରୀ ସୁଶ୍ରୀ ରଞ୍ଜିତା ମହାନ୍ତିଙ୍କୁ ଏହି ସମ୍ମାନ ସମର୍ପଣ କରିଛନ୍ତି ବୋଲି ଅନନ୍ୟା କହିଛନ୍ତି ।
