*ଗଜପତିର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦେଲେ ଯୁବ ଆଇଏଏସ୍ ଅଧିକାରୀ ଭଗତ ଶାମଲ କଲ୍ୟାଣରାଓ ।
ଗଜପତି, ୧୧.୯(ମନୋଜ ପାଢ଼ୀ) :-ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୨୦୨୪ ବ୍ୟାଚର ଯୁବ ଆଇଏଏସ୍ ଅଧିକାରୀ ସୁଶ୍ରୀ ଭଗତ ଶାମଲ କଲ୍ୟାଣରାଓ ଗଜପତି ଜିଲ୍ଲାର ନୂତନ ଉପଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି। ସେ ପାରଳାଖେମୁଣ୍ଡି ଉପଖଣ୍ଡର ଉପଜିଲ୍ଲାପାଳ ତଥା ଉପଖଣ୍ଡୀୟ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଇବେ।ସୁଶ୍ରୀ କଲ୍ୟାଣରାଓ ୨୦୨୪ ବ୍ୟାଚର ଆଇଏଏସ୍ ଅଧିକାରୀ ନିଜର ଫେଜ୍-୨ ପ୍ରଶିକ୍ଷଣ ଢେଙ୍କାନାଳଠାରେ ସମାପ୍ତ କରିବା ପରେ ରାଜ୍ୟ ସରକାର ତାଙ୍କୁ ଗଜପତି ଜିଲ୍ଲାର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।ପାରଳାଖେମୁଣ୍ଡିରେ ଯୋଗଦାନ ପରେ ଅନୌପଚାରିକ ଆଲୋଚନା ସମୟରେ ସୁଶ୍ରୀ କଲ୍ୟାଣରାଓ ଗଜପତି ଜିଲ୍ଲାର ଭୌଗୋଳିକ ସ୍ଥିତି, ଜନସାଧାରଣଙ୍କ ଆବଶ୍ୟକତା ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ପରଖିବା ସହ ଲୋକଙ୍କ ମଙ୍ଗଳ ଓ ଉନ୍ନତି ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିବା ଜଣାପଡ଼ିଛି।ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ ପରେ ପାରଳାଖେମୁଣ୍ଡି ଉପଖଣ୍ଡର ପ୍ରଶାସନିକ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ସହ ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା ପ୍ରକାଶ ପାଇଛି।
