ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ମହିଳା ।

ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ମହିଳା ।

ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଦିବ୍ୟାଙ୍ଗ ମହିଳା ।

ଗଜପତି, 12/11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗଜପତି ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାର ବିକଳ ଚିତ୍ର ନଜରକୁ ଆସିଛି. ଏହି ଯୋଜନା ଗଜପତି ଜିଲ୍ଲାରେ ବାସ୍ତବ ଠାରୁ ବହୁ ଦୂରରେ ରହିଛି । ଯଦ୍ୱାରାକି ଜଣେ ଦିବ୍ୟାଙ୍ଗ ମହିଳା ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ସେରଙ୍ଗ ଗ୍ରାମର ନିପୁଳା କର ଭତ୍ତା ପାଇବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗୁମ୍ମା ବିଡ଼ିଓଙ୍କ କାର୍ଯାଳୟକୁ ଆସି ଭତ୍ତା ପ୍ରଦାନ ପାଇଁ ନିବେଦନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ 2 ମାସ ଧରି ଗୁମ୍ମା ବ୍ଲକରେ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ ।

ଅତ୍ୟନ୍ତ ଗରିବ ଓ ଆର୍ଥିକ ସ୍ଥିତି ଭଲ ନ ଥିବା ସେରଙ୍ଗ ଗ୍ରାମର ନିପୁଳା କର ଔଷଧ, ନିତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଟଙ୍କାଟିଏ ନଥିବାରୁ ବାଧ୍ୟ ହୋଇ ଗୁମ୍ମା ବ୍ଲକ ବିଡ଼ିଓଙ୍କ କାଯ୍ୟଳୟରେ ପହଞ୍ଚି ଭତ୍ତା ପ୍ରଦାନ ପାଇଁ ବିଡ଼ିଓଙ୍କୁ ନେହୁରା ହୋଇଛନ୍ତି ।

ସମ୍ପୃକ୍ତ ମହିଳାଙ୍କ ଅସହାୟ ଅବସ୍ଥା ଦେଖି ଗୁମ୍ମା ବ୍ଲକ ପ୍ରଶାସନ ଦୁଃଖିତ ହେବାସହ ଅତି ତୁରନ୍ତ ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ମହିଳାଙ୍କୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।