ୟୁଜିସି ନୂତନ ନିୟମାବଳୀକୁ ବିରୋଧ,ରାୟଗଡା ବ୍ରାହ୍ମଣ ସମାଜ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର l

ୟୁଜିସି ନୂତନ ନିୟମାବଳୀକୁ ବିରୋଧ,ରାୟଗଡା ବ୍ରାହ୍ମଣ ସମାଜ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର l

ରାୟଗଡା ( info media) ୟୁଜିସି ର ନୂତନ ନିୟମାବଳୀକୁ ନେଇ ବଢ଼ିଲା ବିବାଦ। ପ୍ରସ୍ତାବିତ ନିୟମରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ସୁରକ୍ଷା ମିଳୁନଥିବା ଅଭିଯୋଗ କରିଛି ରାୟଗଡ଼ା ଜିଲ୍ଲା ବ୍ରାହ୍ମଣ ସମାଜ। ଏହାର ପ୍ରତିବାଦରେ ନିୟମାବଳୀ ପ୍ରତ୍ୟାହାର ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦିଆଯାଇଛି ସ୍ମାରକପତ୍ର।ସଂଗଠନର ଅଭିଯୋଗ, ନୂତନ ନିୟମରେ ଜାତିଗତ ଭେଦଭାବର ସଂଜ୍ଞା କେବଳ ଏସସି, ଏସଟି ଓ ଓବିସି ବର୍ଗ ମଧ୍ୟରେ ସୀମିତ ରହିଛି। ଫଳରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଆଇନଗତ ସୁରକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏହା ସହ ମିଥ୍ୟା ଅଭିଯୋଗ ରୋକିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌ଙ୍କ ମଧ୍ୟରେ ଭୟ ଓ ମାନସିକ ଚାପ ସୃଷ୍ଟି ହୋଇପାରେ ବୋଲି ସମାଜ ପକ୍ଷରୁ କୁହାଯାଇଛି। ତେଣୁ ଏହି ନିୟମାବଳୀକୁ ପ୍ରତ୍ୟାହାର କରାଯାଉ, ନଚେତ୍ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ସୁରକ୍ଷା ଦେବା ପାଇଁ ଆବଶ୍ୟକ ସଂଶୋଧନ କରାଯାଉ ବୋଲି ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ସଂଗଠନ।ଏହି ସମୟରେ ସଭାପତି ମଦନ ପାଢ଼ୀଙ୍କ ସମେତ ସୋମନାଥ ପାଢ଼ୀ, ଅନନ୍ତ ଚରଣ ପାଢ଼ୀ, ସୂର୍ଯ୍ୟରାମ ହୋତା, ବିଜୟ କୁମାର ଦୀକ୍ଷିତ,କିଶୋର ପlଢି,ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ