ରାୟଗଡାରେ ବିଜେଡି ପକ୍ଷରୁ ଏମଏମଡିଆର ବିଲ ପ୍ରତ୍ୟାହର ନିମନ୍ତେ ବିରାଟ ଶୋଭାଯାତ୍ରା

ରାୟଗଡାରେ ବିଜେଡି ପକ୍ଷରୁ ଏମଏମଡିଆର ବିଲ ପ୍ରତ୍ୟାହର ନିମନ୍ତେ ବିରାଟ ଶୋଭାଯାତ୍ରା

ରାୟଗଡାରେ ବିଜେଡି ପକ୍ଷରୁ ଏମଏମଡିଆର ବିଲ ପ୍ରତ୍ୟାହର ନିମନ୍ତେ ବିରାଟ ଶୋଭାଯାତ୍ରା

ରାୟଗଡ(info media)ରାୟଗଡ ରେ ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଶାଳ ରାଲି ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ତତ୍ୱାବଧାନ ରେ ଆୟୋଜିତ ହୋଇଛି।ଏହି ରାଲିରେ ଜ଼ିଲ୍ଲା ର ତିନିଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ କର୍ମକର୍ତା ମାନେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁ ଙ୍କ. ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ l ପ୍ରଥମେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାମାଲ୍ୟ ଅର୍ପଣ କରି ଏକ ବିରାଟ ରାଲିରେ ବାହାରି ସହର ର ମୁଖ୍ୟମନ୍ତ୍ରୀ ରାସ୍ତା ଦେଇ ଜ଼ିଲ୍ଲାପାଳ ଙ୍କ ଅଫିସ ନିକଟରେ ପହଂଚିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ବିଜେଡି ବିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଭୃଗୁବକ୍ସି ପାତ୍ର, ରାଜ୍ୟ ବିଜେଡି ୟୁବ ଜନତା ଦଳ ସଭାପତି ଚିନ୍ମୟ କୁମାର ସାହୁ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଯୋଗ ଦେଇ ଏମଏମଡିଆର୍ ଆଇନ ପ୍ରତ୍ଯାହାର ପାଇଁ ରଣହୁଙ୍କାର ଦେଇଥିଲେ। ରାୟଗଡ ଜ଼ିଲ୍ଲା ବିଜେଡି ର ପୂର୍ବତନ ସଭାପତି ସୁଧୀର ଦାସ ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର ରାଓ, ଗୁଣୁପୁର ଗୁଣୁପୁର ର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ବିଷ୍ଣୁ ପଣ୍ଡା, ଗୋଦାବରୀ ରାଉତ, ଗଗନ ଆଚାର୍ଯ୍ୟ ବିଜେଡି ଜ଼ିଲ୍ଲା ଉପସଭାପତି ଇପିଲି ଧବଳେଶ୍ୱର ନାଇଡ଼ୁ,ଜ଼ିଲ୍ଲା ର ବରିଷ୍ଠ ବିଜେଡି ନେତା ଜଗଦୀଶ ପାତ୍ର,ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୟା ମାଝୀ,ସରସ୍ୱତୀ ମାଝୀ, ଶୁଭ୍ରା ପଣ୍ଡା, ବିନାୟକ ପୋଲାଈ,ଦେବାଶିଷ ଖାଡ଼ଙ୍ଗା, ଉଦୟ ହିମିରିକା,ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଉଭୟ କୋରାପୁଟ ଓ ରାୟଗଡା ଜିଲ୍ଲାର ଖଣିକୁ ଲୁଟ୍ କରିବା ପାଇଁ ଉଦ୍ଯମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଖଣିଖାଦାନ ଭରା ରାୟଗଡା ଜିଲ୍ଲାର ସିଜିମାଳୀ ଖଣି ଆନ୍ଦୋଳନରେ ଜେଲ ଯାଇଥିବା ବିପ୍ଲବୀଙ୍କୁ ତୁରନ୍ତ ଖଲାସ କରିବା ପାଇଁ ଦାବି କରାଯାଇଥିଲା। ଏହି ଅବସରରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଯୋଗ ଦେଇ ରାଜ୍ଯରେ ହେଉଥିବା ଖଣି ଖନନ କୁ ବିରୋଧ କରିବା ସହ ଏହି ଏମ ଏମ ଡି ଆର ବିଲ. କୁ ପ୍ରତ୍ୟାହର କରିବା ନିମନ୍ତେ ଦାବୀ କରିଛନ୍ତି l ସରକାର ଯଦି ଏହି ଆଇନ କୁ ପ୍ରତ୍ୟାହର ଣ କରନ୍ତି ଏହି ଆନ୍ଦୋଳନ ଜାରି ରହିନୀ ବୋଲି କହିଛନ୍ତି। ସେହିପରି ଖଣିଖାଦାନ କୁ ସରକାର ବହୁରାଷ୍ଟ୍ରୀୟ କମ୍ପାନୀ ହାତରେ ଟେକି ଦେଉଥିବା ବେଳେ ଏହାକୁ ବିରୋଧ କରି ଆସନ୍ତା ଦିନରେ ସମସ୍ତ ଖଣି ଅଞ୍ଚଳରେ ବିଜେଡି କର୍ମୀ ମାନେ ଆନ୍ଦୋଳନ କରିବେ ବୋଲି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓ ସୁଦାମ ମାରାଣ୍ଡି କହିଛନ୍ତି। ପରେ ପରେ ଭାରତ ର ରାଷ୍ଟ୍ରପତି ଙ୍କ. ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜ଼ିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଙ୍କୁ ଦେଇଛନ୍ତି l ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରାୟ 6 ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀ ନେତା ସାମିଲ ହୋଇଥିବା ର ଦେଖିବାକୁ ମିଳିଥିଲା l ଆଜିର କାର୍ଯ୍ୟକ୍ରମ କୁ ବିଜେଡି ର ବହୁ ନେତା କର୍ମୀ ସହହୃଦୟର ସହିତ ସାମିଲ ହୋଇଥିଲେ l
ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ