କୁଶପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍କୁ ପିଟିଲା ବାଇକ୍, ଜଣେ ମୃତ, ଜଣେ ଗୁରୁତର।
ଆର, ଉଦୟଗିରି,୨୫.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ସାଙ୍ଗମାନଙ୍କ ସହ ଖୁସିରେ ବୁଲାବୁଲି କରିବାକୁ ଯାଇଥିଲେ। ବୁଲାବୁଲି ସାରି ହସଖୁସିରେ ଘରକୁ ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ବାଇକ୍ଟି ଏକ ଟ୍ରକ୍କୁ ଧକ୍କା ଦେବା ଫଳରେ ଘଟିଛି ଏହି ଦୁର୍ଘଟଣା। ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ କୁଶପଲ୍ଲୀ ଛକ ନିକଟରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଯୁବକ ହେଉଛନ୍ତି ରାୟଗଡ଼ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମର ରଥଦାଣ୍ଡ ସାହିର ରାଜେଶ ଗୁରୁ। ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଖବର ପାଇ ଆର. ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଚନ୍ଦ୍ରଗିରି ମେଡିକାଲକୁ ପଠାଇଛି। ଏବଂ ମୃତ ବ୍ୟକ୍ତି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି କୁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି lଅନ୍ୟପଟେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
