ନଦୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର, ମେଡିକାଲରେ ମୃତ୍ୟୁ l

ନଦୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର, ମେଡିକାଲରେ ମୃତ୍ୟୁ l

ନଦୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର, ମେଡିକାଲରେ ମୃତ୍ୟୁ l

ଆର, ଉଦୟଗିରି, ୨୫.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ ):- ଗୁରୁତର ଅବସ୍ଥାରେ ନଦୀରୁ ଉଦ୍ଧାର ହୋଇଥିବା ଜଣେ ଲୁଗା ବ୍ୟବସାୟୀଙ୍କ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତ ବ୍ୟବସାୟୀ ଜଣକ ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳର ବଦ୍ରିନାଥ ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବଦ୍ରିନାଥ ନାୟକ ନିୟମିତ ଭାବେ ଗଜପତି ଜିଲ୍ଲାର ମୋହନା ଓ ଆର. ଉଦୟଗିରି ଅଞ୍ଚଳକୁ ଆସି ହାଟରେ ଲୁଗା ବ୍ୟବସାୟ କରୁଥିଲେ।

କୌଣସି କାରଣରୁ ସେ ଆର. ଉଦୟଗିରି ନିକଟସ୍ଥ ଦେଉଳ ନଦୀକୁ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ପଡ଼ିଥିବା ଖବର ମିଳିଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଦ୍ରିନାଥଙ୍କୁ ଉଦ୍ଧାର କରି ଆର. ଉଦୟଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ପୋଲିସ ବଦ୍ରିନାଥଙ୍କ ପରିବାରକୁ ସୂଚନା ଦେବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତାଙ୍କ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।