ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଦ୍ଵିତୀୟ ପର୍ଯ୍ୟାୟ ଘର ହିଁ ବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଛି। ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା, ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଘର ହିଁ ବିଦ୍ୟାଳୟ” ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ଶ୍ରମତୀ ଚୁମକି ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ କୁନ୍ତୀ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିଶୁ ମାନଙ୍କର ମୁଣ୍ଡରେ ଥାଲିଆ ଧରି ଚାଲିବା, ଟୋପି ପିନ୍ଧା ଦୌଡ ଓ ମାଆ ମାନଙ୍କର ବାଲତି ଭିତରକୁ ବଲ ଫିଙ୍ଗିବା କ୍ରିୟାକଳାପ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁଶ୍ରମତୀ ରେଣୁକା ପାତ୍ର ପରିଚାଳନା କରିଥିବାବେଳେ ସୁଶ୍ରୀ ଗୁପ୍ତେଶ୍ବରୀ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁଗୁରୁମା, ଗୁରୁଜୀ ସହଯୋଗ କରିଥିଲେ।
Related Posts
ଓଡ଼ିଶା ଦିବସରେ ମହାପୁରୁଷଙ୍କୁ ଭୁଲିଗଲେ ବ୍ଲକ ଅଧ୍ୟକ୍ଷା ଓ କର୍ତ୍ତୃପକ୍ଷ
ଓଡ଼ିଶା ଦିବସରେ ମହାପୁରୁଷଙ୍କୁ ଭୁଲିଗଲେ ବ୍ଲକ ଅଧ୍ୟକ୍ଷା ଓ କର୍ତ୍ତୃପକ୍ଷ ଆର,ଉଦୟଗିରି:୨/୪(ମନୋଜ ପାଢୀ) ଓଡ଼ିଶା ଦିବସକୁ ଧୁମ ଧାମରେ ପାଳନ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ…
ଗୋଳନ୍ଥରା ଥାନା ଅର୍ନ୍ତଗତ ଏକ ଗାଁ ରେ ୧୨ବର୍ଷର ଝିଅକୁ ହାତ ବାନ୍ଧି ବଳାତ୍କାର ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ
*ଗୋଳନ୍ଥରା ଥାନା ଅର୍ନ୍ତଗତ ଏକ ଗାଁ ରେ ୧୨ବର୍ଷର ଝିଅକୁ ହାତ ବାନ୍ଧି ବଳାତ୍କାର ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଉକ୍ତ ନାବାଳିକା…
ଜନଜାତି ବହୁଳ ମାଲକାନଗିରି ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
ଜନଜାତି ବହୁଳ ମାଲକାନଗିରି ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍ — ମାଥିଲି ସବଷ୍ଟେସନର କ୍ଷମତା ୮.୧୫ ଏମଭିଏରୁ ୧୦ ଏମଭିଏକୁ ବୃଦ୍ଧି– ଗ୍ରାମୀଣ ଅଞ୍ଚଳର…
