ମିନି ଟ୍ରକ ଧକ୍କାରେ ୨ ଗୁରୁତର ।
ମୋହନା (ମନୋଜ ପାଢ଼ୀ) ଆଜି ସକାଳୁ ରିଫାଇନ ତେଲ ଗୁମୁଡାରେ ଖାଲିକରି ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ମିନି ଟ୍ରକ ମୋହନା ସ୍ଥିତ ତାରିଣୀ ମନ୍ଦିର ଜାତୀୟ ରାଜପଥ ୩୨୬ ନିକଟରେ ୧୨ ବଷିୟ ଶିଶୁ ମନ୍ଦିରରୁ ଛାତ୍ରୀ ଦେବଶ୍ମିତା ରାଉଳ ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା । ଝିଅକୁ ଗ୍ରାମବାସୀମାନେ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ଟ୍ରକ ଦ୍ରୁତଗତିରେ ପଳାଉଥିବା ବେଳେ ପୁଣି ଦଦୁଇଟି ବାଇକକୁ ଧକ୍କା ଦେଇଥିଲା । ପରେ ହାଇସ୍କୁଲ ଛକ ନିକଟସ୍ଥ ବାବୁଲା ଚୌଧୁରୀ (45) ଙ୍କୁ ଧକ୍କା ଦେଇ ଆଗକୁ ମାଡି ଯାଇଥିଲା । କିଛି ଦୂର ଯିବା ପରେ ପୁଣି ଯୁବକ ସୀମା ବେହେରା(26) ଙ୍କୁ ଧକ୍କା ଦେଇଥିଲା । ସେ ଗୁରୁତର ହୋଇ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି ହୋଇଥିଲେ । ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି । ଦେବସ୍ମିତାଙ୍କ ଅବସ୍ଥା ସ୍ଥିର ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଜାରି ରହିଛି ।
