ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ଉପସ୍ଥିତିରେ ରାୟଗଡ଼ ବ୍ଳକ ସ୍ତରୀୟ ଓଡ଼ିଆ ନବବର୍ଷ ପାଳିତ

ରାୟଗଡ଼ ( info media)ରାୟଗଡ଼ ସଦର ବ୍ଲକରେ ଓଡ଼ିଆ ନବବର୍ଷ ମଙ୍ଗଳବାର ଦିନ ଧୁମଧାମରେ ପାଳିତ ହୋଇଛି | ଏଥିରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡର ନବ ନିଯୁକ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିତ୍ଯାନନ୍ଦ ଗଣ୍ଡ ଯୋଗଦେଇଥିଲେ | ବିଶାଳ ଶୋଭାଯାତ୍ରାରେ ପହଞ୍ଚିବାପରେ ମାନ୍ୟବର ମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ ବିଡିଓ ସୁଜିତ କୁମାର ମିଶ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ନବବର୍ଷ ଉପଲକ୍ଷେ ବ୍ଳକ ପରିସର ଆକର୍ଷଣୀୟ ଚିତା, ଝୋଟି, ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହୋଇଥିଲା ଓଡ଼ିଆ ପକ୍ଷରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିଜେତାଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା | ସ୍ଥାନୀୟ ଲୋକକଳାକୁ ଉଜ୍ଜିବିତ ରଖିବାରେ ଅତୁଳନୀୟ ଅବଦାନ ନିମନ୍ତେ ଗେଟିପଡା ସ୍ଥିତ ମା ସନ୍ତୋଷୀ କଳା ପ୍ରତିଷ୍ଠାନ ଓ ଜପାଖାଲସ୍ଥିତ ମା ମଙ୍ଗଳା କଳା ପ୍ରତିଷ୍ଠାନ, ରାୟଗଡ଼ ବ୍ଳକ କଳା ଓ ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ ତାଣ୍ଡି ତଥା କଳାକାରଙ୍କୁ ସମ୍ମାନିତ କରାଯାଇଥିଲା | ସେହିପରି ଝୋଟି ଚିତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦଶଟି ସ୍ଵୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତାଙ୍କୁ ପୁରସ୍କୃତ କରାଯାଇଥିଲା | ପଣା ସଂକ୍ରାନ୍ତି ଅବସରରେ ସଭିଙ୍କୁ ପଞ୍ଚାୟତ ସମିତି ତରଫରୁ ପଣା ବଣ୍ଟନ କରାଯାଇଥିଲା | ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ଆୟୋଜନର ଭୂୟସୀ ପ୍ରଶଂସା କରିବା ସହ ରାୟଗଡ଼ ବିକାଶର ଏକ ଉଦାହରଣ ବ୍ଳକ ହେଉ, ଲୋକଙ୍କ ବିକାଶରେ ହିଁ ଦେଶର ବିକାଶ ସମ୍ଭବ ବୋଲି କହିଥିଲେ | ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ରାୟଗଡ଼ବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜ୍ଞାପନ କରିବା ସହ ସଭିଙ୍କୁ ବିକାଶର ଅଂଶିଦାର ହେବାପାଇଁ ଆହ୍ଵାନ ଜଣାଇଛନ୍ତି | କାର୍ଯ୍ୟକ୍ରମରେ ଏବିଡିଓ କାଳୁଚରଣ ନାୟକ, ବିଭାଗୀୟ ଅଧିକାରୀ ରାଜ କିଶୋର ଦାଶ, ଜିପିଡିଓ ସ୍ମୃତିରେଖା ନାୟକ, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ସମସ୍ତ ବ୍ଳକ କର୍ମକର୍ତ୍ତା ସହଯୋଗ କରିଥିଲେ |ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ