ଭେଡେନ ପଂଚାୟତ ର ପୂର୍ବତନ ସରପଞ୍ଚ ତଥା ଭେଡେନ ପ୍ରାଥମିକ କୃଷି ସମବାୟ ସମିତି ଲି ର ସଭାପତି ଗୋପିକୃଷ୍ନ ରଥ ପରଲୋକ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ର ପୂର୍ବତନ ସରପଞ୍ଚ ତଥା ଭେଡେନ ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ପୂର୍ବତନ ସଭାପତି ଗୋପିକୃଷ୍ନ ରଥ ୭୬ ବର୍ଷ ବୟସ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ କଂଗ୍ରେସ ଦଳ ଜଣାଶୁଣା ନେତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ଭେଡେନ ଦୁଇଥର ସରପଞ୍ଚ ଓ ଭେଡେନ ପ୍ରାଥମିକ କୃଷି ସମବାୟ ସମିତି ଲି ର ସଭାପତି ରୂପେ କାର୍ଯ୍ୟ ନିର୍ବାହ କରି ଜନସାଧାରଣଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ। ସେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ସକ୍ରିୟ ସଦସ୍ଯ କାର୍ଯ୍ୟ ତୁଲାଇଥିଲେ। ତାଙ୍କର ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସେ ତାଙ୍କ ପଛରେ ବିଧବା ପତ୍ନୀ ଦୁଇ ପୁଅ ଯତୀନ, ସ୍ଵାଧୀନ ଦୁଇ ଝିଅ, ପୁତ୍ର ବଧୂ, ନାତିନାତୁଣୀ ଛାଡି ଯାଇଛନ୍ତି। ତାଙ୍କର ମରଶରୀର ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ପୁଷ୍ପମାଲ୍ୟ ଅର୍ପଣ କରିବା ଶବାଧାରରେ ସାମିଲ ହୋଇଥିଲେ। ଭେଡେନ ଦନ୍ତା ନଦୀ କୂଳରେ ତାକଂର ଶବ ସତ୍କାର କରାଯାଇଥିଲା। ବଡ଼ ପୁଅ ଯତୀନ ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜ୍ଞାପନ ଜଣାଇଛନ୍ତି।