ଭିମ୍ ଆର୍ମୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ଭିମ୍ ଆର୍ମୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ଭିମ୍ ଆର୍ମୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ଗଜପତି,୨୪.୪(ମନୋଜ ପାଢ଼ୀ )-: ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଅନ୍ତର୍ଗତ ରୁବୁଡିସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟର ଫାଟକ ପଡି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆଳରେ ଦିନ ଗଡାଇ ଚାଲିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବିରେ । ଗଜପତି ଜିଲ୍ଲା ଭିମ୍ ଆର୍ମୀ ସଂଗଠନ ପକ୍ଷରୁ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ , ଘଟଣାରେ ଦୋଷୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ନୀରବ ରହିଥିବା ଅଭିଯୋଗ କରି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର ଅଭିଯୋଗ ଅନୁସାରେ, ନାମକୁ ମାତ୍ର ଶିକ୍ଷା ବିଭାଗ ପକ୍ଷରୁ ଠିକାଦାରଙ୍କ ବିରୋଧରେ ରା. ଉଦୟଗିରି ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରି ଘଟଣାକୁ ଚାପି ଦେବାର ଚେଷ୍ଟା ହେଉଛି। ଘଟଣା ପରେ ମୃତ ଛାତ୍ରୀଙ୍କ ପରିବାରକୁ କେବଳ ଆର୍ଥିକ ସହାୟତା ଦେଇ ପ୍ରଶାସନ ନିଜ କର୍ତ୍ତବ୍ୟ ସାରିଦେଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ସଭାପତି ଆନଶାଲାମ୍ ନାୟକ । ଭିମ୍ ଆର୍ମୀ ସଂଗଠନ ପକ୍ଷରୁ ମୃତ ଦୁଇ ଛାତ୍ରୀଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ପାଚେରୀ ନିର୍ମାଣ କାର୍ଯ୍ୟରେ ଜଡିତ ଠିକାଦାରଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ୧୫ ଦିନ ମଧ୍ୟରେ ନ୍ୟାୟ ପ୍ରଦାନ ନ କରାଗଲେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।