ବିବାହ ଉତ୍ସବ ରେ ଯୋଗଦାନ ପଦ୍ମଶ୍ରୀ ହଲଧର ନାଗ ନବ ଦମ୍ପତି କୁଂ ଆଶୀର୍ବାଦ ପ୍ରଦାନ କରିଥିଲେ।

ବିବାହ ଉତ୍ସବ ରେ ଯୋଗଦାନ ପଦ୍ମଶ୍ରୀ ହଲଧର ନାଗ ନବ ଦମ୍ପତି କୁଂ ଆଶୀର୍ବାଦ ପ୍ରଦାନ କରିଥିଲେ।

ବିବାହ ଉତ୍ସବ ରେ ଯୋଗଦାନ ପଦ୍ମଶ୍ରୀ ହଲଧର ନାଗ ନବ ଦମ୍ପତି କୁଂ ଆଶୀର୍ବାଦ ପ୍ରଦାନ କରିଥିଲେ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଭେଡେନ ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମ ର ଉଦୀୟମାନ ହସ୍ତତନ୍ତ ବାନ୍ଧ କଳା ଶିଳ୍ପୀ ହେଲେ ଚନ୍ଦନ ମେହେର। ଗତକାଲି ୨୮/୦୪/୨୬ ଥିଲା ତାଙ୍କର ବିବାହ ବନ୍ଧନର ପ୍ରୀତିଭୋଜନ। ଏହି ମହାସମାରୋହର ମୁଖ୍ୟ ଆକର୍ଷଣ ଥିଲେ ପଦ୍ମଶ୍ରୀ ଡ ହଲ୍ ଧର୍ ନାଗ୍। ସମସ୍ତ ବନ୍ଧୁବାନ୍ଧବ ଙ୍କ ଉତ୍ସାହ ତଥା ଉତ୍କଣ୍ଠା ବଢିଯାଇଥିଲା ପଦ୍ମଶ୍ରୀ ଙ୍କ ଉପସ୍ଥିତିରେ। କାରଣ ଥିଲା ଚନ୍ଦନ ମେହେର ନିଜର ପାରମ୍ପରିକ ବାନ୍ଧ କଳା ପ୍ରୟୋଗ କରି ହଳଧର ନାଗ ଙ୍କର” ପାଁଚ ଅମୃତ”କବିତା କୁ ସୂତା ଓ ରଙ୍ଗ ମାଧ୍ୟମରେ ସମ୍ବଲପୁରୀ ଶାଢ଼ୀ ରେ ପ୍ରତି ସ୍ଥାପନ କରି ନୁଆଁ ରୂପ ପ୍ରଦାନ କରିଥିଲେ। ଗତ ମାର୍ଚ୍ଚ ମାସରେ ୧୩/୧୪/୧୫/ ରେ ଦିଲ୍ଲୀ ଠାରେ ଆୟୋଜିତ” ଓଡ଼ିଶା ପରବ୍ ” ରେ ହସ୍ତତନ୍ତ ପ୍ରଦର୍ଶନୀ ବିଭାଗ ରେ ଚନ୍ଦନ ମେହେର ଙ୍କ ଏହି ଶାଢୀ ସ୍ଥାନିତ ହୋଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ଅନେକ ଜନାଦୃତ ହୋଇପାରିଥିଲା। ଏହା ଫଳରେ ଚନ୍ଦନ ମେହେର ଙ୍କୁ ରାଷ୍ଟ୍ରପତି ଭବନରୁ ଡାକରା ଆସିବା ସହ ୧୭ ମାର୍ଚ୍ଚରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସହ ସାକ୍ଷାତ ହୋଇଥିଲା। ସମ୍ବଲପୁରୀ ଶାଢ଼ୀ ଉପରେ ଏହି କଳା କଉସଳ କୁ ଉଚ୍ଚ ପ୍ରଶଂସା କରିବା ସହ ଉପଢୌକନ ଦ୍ୱାରା ସମ୍ମାନିତ କରିଥିଲେ ଯାହା ଗୋଟିଏ ଯୁବ ପ୍ରତିଭା ପାଇଁ ଉତ୍ସାହ ଓ ପ୍ରେରଣା ପାଲଟି ନିଜ ଅଞ୍ଚଳର ଗୋଉରବ ଆଣି ଛନ୍ତି।ଏହା ମଧ୍ୟ ଯେ ଚନ୍ଦନ ମେହେର ଙ୍କ ବାପା ଶ୍ରୀ ମାନ ହରିଶଙ୍କର ମେହେର ୧୯୯୨ ମସିହାରେ ବାନ୍ଧ କଳା ରେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ ଏବଂ କାକା ଅର୍ଜୁନ ମେହେର ୨୦୧୯ରେ ଜାତୀୟ ସ୍ତରରେ ହସ୍ତତନ୍ତ ବାନ୍ଧ କଳା କାରିଗର”National merit citizen”ପୁରସ୍କାରପ୍ରାପ୍ତ ହୋଇଥିଲେ।ଏହି ପରିବାର ଉଦୀୟମାନ ଯୁବ ଶିଳ୍ପୀ ଙ୍କ ଅନୁରୋଧ ରକ୍ଷା କରି ପଦ୍ମଶ୍ରୀ ହଲ୍ ଧର୍ ନାଗ୍ ତାଙ୍କ ବିବାହରେ ଯୋଗ ଦାନ କରିଥିଲେ, ଏହା ପରିବାରର ସମସ୍ତ ସଦସ୍ୟ ଙ୍କ ପାଇଁ ଖୁସି ମହୋତ୍ସବ ଆଣି ଦେଇ ଅଂଚଳରେ ଏକ ଉଦାହରଣ ସୃଷ୍ଟି କରିଥିଲା।