ବିଜେପି ଅଫିସ ଓ ରାୟଗଡ ସହର ବିଭିନ୍ନ ଅନୁଷ୍ଠାନ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବିଜେପି ଅଫିସ ଓ ରାୟଗଡ ସହର ବିଭିନ୍ନ ଅନୁଷ୍ଠାନ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବିଜେପି ଅଫିସ ଓ ରାୟଗଡ ସହର ବିଭିନ୍ନ ଅନୁଷ୍ଠାନ ରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡ (info media) ମୋହାଆନନ୍ଦ ଓ ଉଦିପନା ର ସହିତ ରାୟଗଡ ସହର ରେ ପାଳିତ ହୋଇଯାଇଛି l ଏହି ୮୦ତମ ସ୍ୱାଧୀନତା ଦିବସ ଅବସରରେ ଆଜି ରାୟଗଡ଼ର ବିଭିନ୍ନ ସ୍ଥାନରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ର ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଭେଙ୍କଟେସ୍ବସର ରାଓ କୋଣ୍ଡା ବାବୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ lପ୍ରଥମେ ରିଙ୍ଗରୋଡ୍ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେ ଅସଶିଷ୍ଟ ଚିଲଡ୍ରେନ ହୋମ ରାୟଗଡ ଠାରେ ପତାକା ଉତ୍ତୋଳନ କରିବା ସହିତ ଟ୍ରକ୍ ମାଲିକ ସଂଘ, ରାୟଗଡ଼ କାର୍ଯ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ଼ କାର୍ଯ୍ୟାଳୟରେ ମଧ୍ୟ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନରେ ସାମିଲ ହୋଇଥିଲେ ଏହାପରେ ମା’ ମଝିଘରିଆଣୀ ଅଟୋ ୟୁନିଅନ୍, ରାୟଗଡ଼ କାର୍ଯ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ lଏହି ପବିତ୍ର ସ୍ୱାଧୀନତା ଦେଶର ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ଶ୍ରଦ୍ଧାପୂର୍ବକ ସ୍ମରଣ କରି । ସେମାନଙ୍କ ଅଦମ୍ୟ ସାହସ ଓ ଆତ୍ମବଳିଦାନ ଯୋଗୁଁ ଆଜି ଆମେ ସ୍ୱାଧୀନ ଭାରତରେ ନିଃଶ୍ୱାସ ପ୍ରଶ୍ୱାସ ନେଉଛୁ ବୋଲି କୋଣ୍ଡା ବାବୁ କହିଥିଲେ l ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନେ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିଲେ ତାଙ୍କୁ ମନେପକାଇଥିଲେ lଏହି ଅବସରରେ ରାୟଗଡ଼ର ବୁଦ୍ଧିଜୀବୀ, ଗୁରୁଜନ, କୁନି କୁନି ପିଲାମାନେ ଏବଂ ଦଳର ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହି ଏହି ଗୌରବମୟ ଦିବସକୁ ଆହୁରି ସ୍ମରଣୀୟ କରିଥିଲେ।ଆସନ୍ତୁ, ଆମେ ସମସ୍ତେ ମିଶି ବିକଶିତ ଭାରତ ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବା ପାଇଁ ଆବାହାନ ଦେଇଥିଲେ lଆଜିର ଏହି କାର୍ଯ୍ୟକ୍ରମ ରେ ମିଲ ମାଲିକ ସଂଘ ସଭାପତି କାଶୀନାଇଡ଼ୁ, କେ ସି ପଟ୍ଟନାୟକ, ଆଇନଜୀବୀ ବିରଜା ପାତ୍ର, ସୁଶାନ୍ତ ପଣ୍ଡା, ଗୋପାଳ ଖରା, ଚକ୍ର ଧର ବିଡ଼ିକ, ହସମୁଖ ହାକୁ ଭାଇ, ବିରାବାବୁ, କେ ଶ୍ରୀନିବାସ, ଟୁଟୁ ଦାସ ଙ୍କ ସମତେ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିଲେ l ଅସଶିଷ୍ଟ ଚିଲଡ୍ରେନ ହୋମ ଠାରେ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ