୮୦ତମ ସ୍ୱାଧୀନତା ଦିବସ ଅବସରରେ ଡୁଙ୍ଗୁରିପାଲି ସର୍ଗୁଲ ରେ ରକ୍ତ ଦାନ ଶିବିର #୪୨ୟୁନିଟ ରକ୍ତ ସଂଗୃହୀତ…..
ବରଗଡ (ଭବାନୀ ଶଙ୍କର ପାଢ଼ୀ) ତା-୧୫-୦୮-୨୦୨୬ରିଖ (ଶନି ବାର)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅନ୍ତର୍ଗତ ସର୍ଗୁଲ ଗ୍ରାମ ରେ ଶ୍ରୀ ରାମ କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ବରେଣ୍ୟ ଅତିଥି ଭାବରେ ସରପଞ୍ଚ କୁଞ୍ଚିତା ପାଣ୍ଡେ,ପ୍ରବୀଣ ସାହୁ,ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୪୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଅନେକ ମହିଳା ଏହି ଶିବିର ରେ ସ୍ଵତଃ ରକ୍ତ ଦାନ କରିଥିଲେ।ଏହି ଶିବିର କୁ ସୁନୀଲ ସାହୁ, ସନ୍ତୋଷ ସୁନା, ଦେବକାନ୍ତ ବନଛୋର, ଦୁର୍ଯୋଧନ ସାହୁ, ପୁରନ୍ଦର ସାହୁ, ପ୍ରଫୁଲ୍ଲ ବାରିକ, ଯାମିନୀ ସାହୁ, ସୁରେନ୍ଦ୍ର ସାହୁ, ତୁଷାର ବନଛୋର, ଦାସର୍ଥ ମେହେର,, ଦେବାର୍ଚ୍ଚନ ରଣା ଓ ନିଷ୍ଠା ପରିବାର ଉପ ସଭାପତି ଶ୍ରୀ ସଚି ପଣ୍ଡା,ସମ୍ପାଦକ ଲୋକନାଥ ସାହୁ,କୋଷାଧକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସହ ଅନ୍ୟ ସଦସ୍ୟ ମାନେ ଶିବିର ର ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଶ୍ରୀ ରାମ କମିଟି ସର୍ଗୁଲ କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ।

