80ତମ ସ୍ୱାଧୀନତା ଦିବସ ପାଳନ
ଗଜପତି, ୧୫.୮(ମନୋଜ ପାଢ଼ୀ)-: ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ସ୍ଥିତ ମୋହନା ଅଡବା ଗ୍ରାମ୍ୟ ପରିଷଦ, କେନ୍ଦ୍ରିୟ ପରିଷଦ ଶାଖା କାର୍ଯ୍ୟାଳୟ ଠାରେ ଆଜି ସକାଳ15.08.2026ତାରିଖ . ଘଣ୍ଟା 8.00ମିନିଟ ସମୟ ରେ ମୋହନା -ଅଡବା ଗ୍ରାମ୍ୟ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ଉପଦେଷ୍ଟା ଶ୍ରୀ ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ସିମାଞ୍ଚଳ ସାହୁ, କୋଷାଧକ୍ଷ ଶ୍ରୀ ସୁଶାନ୍ତ କୁମାର ସାହୁ ଓ ତାଙ୍କରି କର୍ମ କର୍ତା ଙ୍କ ସହଯୋଗ ଓ ସମାଜ ର ଜାତି ଭାଇ ମାନେ ଯୋଗ ଦେଇଥିଲେ. ଏଥିରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିଥିଲେ । ଏହି ପବିତ୍ର ଦିନରେ କେନ୍ଦ୍ରିୟ ପରିଷଦ ସଭାପତି ଶ୍ରୀ ସାହୁ ଆମେ ସମସ୍ତେ ଏକତା, ଭାଇଚାରା, ପରସ୍ପର ସହଯୋଗ ଓ ସମାଜର ଉର୍ନତି ପାଇଁ ଏକ ଜୁଟ ହୋଇ କାର୍ଯ୍ୟ କରିବା ପାଇଁ ବାର୍ତା ଦେଇଥିଲେ. ତତ୍ପରେ ସଭାପତି ଶ୍ରୀ ସାହୁ ଗ୍ରାମ୍ୟ ପରିଷଦ ସଭାପତି ଓ କୋଷାଧକ୍ଷ ଙ୍କୁ ଉପଢୌକନ ଦେଇ ସାନମାନିତ କରିଥିଲେ. ଏହାପରେ ଗ୍ରାମ୍ୟ, କେନ୍ଦ୍ରୀୟ ପରିଷଦ କର୍ମ କର୍ତା ଓ ସଭ୍ୟ ଭାଇ ମାନେ ମିଶିକି ଯାଇ ମୋହନା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଙ୍କୁ ମହାସଭା (ବାର୍ଷିକ ସମ୍ମିଳନୀ )2026ର ସିଲ (ମାନପତ୍ର )ଓ ଉପଢୌକନ ଦେଇ ସାନମାନିତ କରାଯାଇଥିଲା. ଏହା ସହିତ ପଦ୍ମପୁର (ଜୁମୁରୀଗୁଡା )ଆଞ୍ଚଳିକ ପରିଷଦ, ସୋରଡ଼ା ଆଞ୍ଚଳିକ ପରିଷଦ ଅଧିନସ୍ଥ ବାଲିଗୁଡା ଗ୍ରାମ୍ୟ ପରିଷଦ, ପାଣ୍ଡିରି ଗ୍ରାମ୍ୟ ପରିଷଦ, ବଡ ଖେମୁଣ୍ଡି ଆଞ୍ଚଳିକ ପରିଷଦ ଓ ଅନ୍ୟାନ୍ୟ ଆଞ୍ଚଳିକ ପରିଷଦ ଓ ଗ୍ରାମ୍ୟ ପରିଷଦ ରେ ମଧ୍ୟ 80ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।
