ପାରଳାଖେମୁଣ୍ଡିରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ,ଜଳୁଛି ଗଜପତି; ଲୋକେ କଲବଲ ।

ପାରଳାଖେମୁଣ୍ଡିରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ,ଜଳୁଛି ଗଜପତି; ଲୋକେ କଲବଲ ।

ପାରଳାଖେମୁଣ୍ଡିରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ,ଜଳୁଛି ଗଜପତି; ଲୋକେ କଲବଲ ।

ଗଜପତି,୨୪.୪(ମନୋଜ ପାଢ଼ୀ):- ପ୍ରଚଣ୍ଡ ରୌଦ୍ରତାପରେ କଳୁଛି ଗଜପତି ଜିଲ୍ଲା | ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ଯସ୍ତ ହୋଇପଡିଛି ସାଧାରଣ ଜନଜୀବନ ଆଜି ସଦର ମହକୁମା ପାରଳାଖେମୁଣ୍ଡିରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିଛି | ପ୍ରଚଣ୍ଡ ଖରା ଯୋଗୁଁ ନାହିଁ ନଥୁବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ଗଜପତି ଜିଲ୍ଲା ଏମିତି ଏକ ଭୌଗଳିକ ସ୍ଥିତିରେ ରହିଛି ଯାହାଦ୍ବାରା ସମସ୍ତ ଋତୁର ପ୍ରଭାବ ଏଠି ସମାନ ଭାବରେ ପଢୁଛି | ଏଠାରେ ପ୍ରତ୍ୟେକ ବର୍ଷ ମୁଣ୍ଡ ଫଟା ଖରା ଅନୁଭୂତ ହେଉଛି । କିନ୍ତୁ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଦେଶରେ ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ଓ ଗଜପତି ଜିଲ୍ଲାରେ ଗତ ଦୁଇ ସପ୍ତାହ ଧରି ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ଗୋଷାଣି, କାଶୀନଗ ରାୟଗଡ, ଆର୍ ଉଦୟଗିରି, ନୂଆଗଜ ଓ ସଦର ମହକୁମା ପାରଳାଖେମୁଣ୍ଡିରେ ତାପମାତ୍ରା ୪୨ଡିଗ୍ରୀ ଉପରେ ରହୁଛି। ଅନ୍ୟ ଦୁଇ ବ୍ଲକ ଗୁମ୍ଫା ଓ ମୋହନାରେ ତାପମାତ୍ରା ବଢିଥିଲେ ମଧ୍ଯ ସନ୍ଧ୍ୟା ସମୟରେ ଘଡଘଡି ସହ ବର୍ଷା ହେବା ଯୋଗୁଁ ଲୋକେ ଟିକେ ଆଶ୍ଵସ୍ତି ଅନୁଭବ କରୁଛନ୍ତି । ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଚଷମା ପିନ୍ଧୁଛି ତ କିଏ ଛଡା, ଓଦା କପଡା, କଳା ଚଷମା ବ୍ୟବହାର କରୁଛି ଆଉ କିଏ ଆଖୁରସ, ଲସି, ତରଭୁଜ ଖାଇ ଖରାର ସାମ୍ନା କରୁଛନ୍ତି | ବେପାରୀଙ୍କ ପାଇଁ ଖରା ସେମାନଙ୍କ ବ୍ୟବସାୟକୁ ଦୁଇଗୁଣ କରୁଥିବା କହିଛନ୍ତି । ସହରରେ ପ୍ରଚଣ୍ଡ ଗ୍ରୀଷ୍ମ ଝାଞ୍ଜି ପବନ ସହ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି । ଖରା ହେଲେ ମଧ୍ୟ ଅନ୍ୟ ଉପାୟ ନଥୁବା ଯୋଗୁଁ ଶ୍ରମିକ କାମ କରିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରମିକ କହିଛନ୍ତି I ଖରାକୁ ଦୃଷ୍ଟିରେ ରଖ୍ ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଛି। ଦିନ ୧୦ଘଣ୍ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲ୍ଲାର ଅଧିକାଂଶ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତା ଘାଟ ଶୂନଶାନ ହୋଇପଡୁଛି । ଅଂଶୁଘାତର ସମ୍ଭାବନା ଥିବାରୁ ପ୍ରଶାସନ ତରଫରୁ ପୂର୍ବ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ସଚେତନତା କରାଯାଇଛି | ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ବେଳେ ଜିଲ୍ଲା ଚିକିତ୍ସାଳୟରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶାନ୍ତନୁ ପାଢ଼ୀ କହିଛନ୍ତି । ଅନ୍ୟପକ୍ଷରେ ଏପରି ଉଦୁଉଦିଆ ଖରାକୁ ଲକ୍ଷ୍ୟକରି ସରକାର ସକାଳ ଅଫିସ, ସ୍କୁଲ ଛୁଟି ଘୋଷଣା, ଅଂଶୁଘାତର ମୁକାବିଲା ପାଇଁ ବ୍ୟାପକ ସଚେତନତା କରାଯାଇଥିଲେ ମଧ୍ୟ କେତେକ ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ବୈଠକ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।