ପାଟିକୋଟା ସେବା ସମବାୟ ସମିତି ଅଚାନକ ପରିଦର୍ଶନ କଲେ ବିଧାୟକ।

ପାଟିକୋଟା ସେବା ସମବାୟ ସମିତି ଅଚାନକ ପରିଦର୍ଶନ କଲେ ବିଧାୟକ।

*ପାଟିକୋଟା ସେବା ସମବାୟ ସମିତି ଅଚାନକ ପରିଦର୍ଶନ କଲେ ବିଧାୟକ।*

ଗଜପତି,୨୪.୮(ମନୋଜ ପାଢ଼ୀ)-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଟିକୋଟା ସେବା ସମବାୟ ସମିତିକୁ ଅଚାନକ ପରିଦର୍ଶନ କରି ସମିତିର ବିଭିନ୍ନ କାର୍ଯ୍ୟକଳାପ ଓ ବ୍ୟବସ୍ଥା ସମ୍ପର୍କରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ବିଧାୟକ ସମିତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ, ଚାଷୀମାନଙ୍କ ସହ ଜଡ଼ିତ ସେବା, ରେକର୍ଡପତ୍ର, ଧାନ ଓ କୃଷି ସମ୍ପର୍କିତ ବ୍ୟବସ୍ଥା ବିଷୟରେ ତଥ୍ୟ ପଚାରି ବୁଝିଥିଲେ। ଚାଷୀମାନେ ସମବାୟ ସମିତି ମାଧ୍ୟମରେ ସରକାରୀ ସୁବିଧା ଓ ସେବା ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ବିଧାୟକ ଗୁରୁତ୍ୱାରୋପ କରିଥିଲେ।ସମିତିର ବ୍ୟବସ୍ଥାରେ କୌଣସି ପ୍ରକାର ଅବହେଳା, ଅନିୟମିତତା କିମ୍ବା ଚାଷୀଙ୍କ ସ୍ୱାର୍ଥରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ କଡ଼ା ଆଭିମୁଖ୍ୟ ପ୍ରକାଶ କରିଥିବା ଜଣାପଡ଼ିଛି। ସମିତିର ସମସ୍ତ କାର୍ଯ୍ୟକାରିତାରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଓ ସେବାକୁ ପ୍ରାଥମିକତା ଦେବାକୁ ସେ ସମ୍ପୃକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।