ଦୁର୍ଗମରେ ଫେଲ ମାରିଛି ବସୁଧା ଯୋଜନା ।

ଦୁର୍ଗମରେ ଫେଲ ମାରିଛି ବସୁଧା ଯୋଜନା ।

ଦୁର୍ଗମରେ ଫେଲ ମାରିଛି ବସୁଧା ଯୋଜନା ।

ଆର – ଉଦୟଗିରି 2୪/04/2026(ନିପ୍ର) ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ତା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି l ସେଥି ମଧ୍ୟରୁ ବସୁଧା ଯୋଜନା ଅନ୍ୟତମ l କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅଦାସୀନତା ହେଉ କିମ୍ବା ଇଛା ଶକ୍ତିର ଅଭାବ ଯୋଗୁଁ ଏହି ଯୋଜନାରୁ ଗ୍ରାମବାସୀ ସଠିକ ଭାବେ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି l ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର-ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀ ଗାଁରେ l ଏହି ଗାଁରେ ମୋଟ 140 ରୁ ଉର୍ଦ୍ଧ ଆଦିବାସୀ ପରିବାର ଲୋକେ ବସବାସ କରିଆସୁଛନ୍ତି l ପାନୀୟ ଜଳ ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ ଆର୍ଥିକ ବର୍ଷ 2021-22 ରେ ରାଜ୍ୟସରକାରଙ୍କ ପକ୍ଷରୁ 33 ଲକ୍ଷ 80 ହଜାର ଟଙ୍କା ବ୍ୟୟରେ 30,000 ଲିଟର ବିଶିଷ୍ଟ ବସୁଧା ଯୋଜନାରେ ଗୋଟେ ପାଣି ଟାଙ୍କି ନିର୍ମାଣ କରିଥିଲେ l ସେଠାରେ କେବଳ ଗୋଟିଏ ମାତ୍ର ବୋରିଂ ଥିବାରୁ ଯାହା ପାଣି ବାହାରୁଛି ସେଥିରେ ଟ୍ୟାଙ୍କ ଭର୍ତି ନହୋଇ ବୋରିଂର ପାଣି ଶୁଖିଯାଉଥିଲା । lଏନେଇ ଗ୍ରାମବାସୀ ଗ୍ରାମପଂଚାୟତରେ ଅଭିଯୋଗ କରିବା ପରେ 2024- 25 ଆର୍ଥିକ ବର୍ଷ ଆର -ଉଦୟଗିରି ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ପ୍ରକଳ୍ପର ନିକଟରେ ଆଉ ଗୋଟିଏ ବୋରିଂ ଖୋଳାଯାଇଥିଲା l କିନ୍ତୁ ବୋରିଂ ଖୋଳିବାର ଦୀର୍ଘ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ବୋରିଂରେ ପାଇପ ଓ ମଟର ସଂଯୋଗ କରାଯାଇନାହିଁ l ଯାହା ଫଳରେ ଗୋଟିଏ ବୋରିଂରୁ ଯାହା ପାଣି ଟାଙ୍କିକୁ ଯାଉଛି ସେଥିରେ ପିଇବା ପାଇଁ ପାଣି ଗାଁକୁ ନିଅଣ୍ଟ ପଡୁଛି l ଫଳରେ ଗ୍ରାମବାସୀ ଗାଁରେ ଥିବା କିଛି ନଳକୂପର କଳଙ୍କି ମିଶ୍ରିତ ପାଣି ପିଇ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି l ଏନେଇ ଗ୍ରାମବାସୀ ବାରମ୍ବାର ଗ୍ରାମପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଅବଗତ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି l ଏହି ବିଷୟରେ ଆମେ ମହେନ୍ଦ୍ରଗଡ ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ମଣ୍ଡଳ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାହା ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ତିଆରି ହୋଇଛି ମୁ ଏନେଇ ବାରମ୍ବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଲେ ବି ମୋ କଥା ଶୁଣୁନଥିବା କହିଛନ୍ତି l ପରେ ଆମେ ଆର, -ଉଦୟଗିରି ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ କଲ୍ୟାଣୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ବୋରିଂ ଟି ପୂର୍ବରୁ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସମୟରେ ହୋଇଛି , ତାଙ୍କ ସହ ଯୋଗାଯୋଗ କରିବା ସହ କାମର ତଦନ୍ତ କରି ଯଥାଶୀଘ୍ର ଏହା କାର୍ଯ୍ୟକ୍ଷମ ହୋଇପାରିବ ତାକୁ ହିଁ ସମସ୍ତଙ୍କ ଅପେକ୍ଷା । ଏହି ବିଭାଗ phd ବିଭାଗ ରୁ ପୂର୍ବରୁ ଥିବା ସହକାରୀ ଯନ୍ତ୍ରୀ ରିଟାର ପରେ ଏହି ଆଜି ପର୍ଯ୍ୟନ୍ତ କୋଣସି ଯନ୍ତ୍ରୀ ଆସିନାହାନ୍ତି । ଏହି ଯନ୍ତ୍ର ଦାଇତ୍ୱ ମୋହନା ସହକାରୀ କନିଷ୍ଠ ଯନ୍ତ୍ରୀ ଦାଇତ୍ୱ ଦିଆଯାଇଛି । ସେ ଏଠାକୁ କେବେ ଆସୁନାହାନ୍ତି ମୋହନା ନଚେତ୍ ବ୍ରହ୍ମପୁର ରହି ଅଞ୍ଚଳର ସମସ୍ତ କାମ କରୁଛନ୍ତି । ସେ କିଛି ତାଙ୍କର ନିଜର ଠିକାଦାର ରଖି ସମସ୍ତ କାମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ବିଭାଗକୁ ଏହି ଅଞ୍ଚଳର କୋଣସି ଅଭିଯୋଗ ନେଇ ଅଫିସ କୁ ଗଲେ ଅଫିସ ରେ କୋଣସି ଯନ୍ତ୍ରୀ ଦେଖିବାକୁ ମିଳୁନି ଅଫିସ ଖୋଲା ଥାଉଛି ଚେରି ପଡ଼ିଯାଇଛି । ଏହି ବିଭାଗରେ ମାଚ ମାସ ଲକ୍ଷ ଟଙ୍କା କାମ ଚାଲିଛି କିପରି ବିନା ଯନ୍ତ୍ରୀ ନାମରେ ଏତେ ଟଙ୍କା କାମ ହେଉଛି ଏହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି । ଏହି ବିଭାଗ ଦ୍ଵାରା ହେଉଥିବା କାମ ଗୁଡିକୁ ଦୁର୍ନିତୀ ବିଭାଗ ଦ୍ଵାରା ତଦନ୍ତ କରାଯିବା ପାଇଁ ସାଧାରଣ ଦାବି ହେଉଛି ।