ଦିବ୍ୟାଙ୍ଗ ଯୁବକ ପୋଲିସ ମାଡରେ ମୃତ୍ୟୁ

ଦିବ୍ୟାଙ୍ଗ ଯୁବକ ପୋଲିସ ମାଡରେ ମୃତ୍ୟୁ

ପଥର କୁଆଁରୀ ରେ କାର୍ଯ୍ୟରତ ଦିବ୍ୟାଙ୍ଗ ଯୁବକ ପୋଲିସ ମାଡରେ ମୃତ୍ୟୁ ଅଭିଯୋଗ ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର) କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଶିୱଉଳିଆ ଗ୍ରାମରେ ଦିବ୍ୟାଙ୍ଗ ଯୁବକ ପୋଲିସ ମାଡରେ ମୃତ୍ୟୁ ଅଭିଯୋଗରେ ପରିବାର ଓ ଗାଁ ଲୋକଙ୍କ ଥାନା ଆଗରେ ଧାରଣା ଦେଇଛନ୍ତି। ଅନ୍ୟ ପକ୍ଷରେ ପୋଲିସ ଡ଼ିଜି ଙ୍କ ତରଫରୁ ସ୍ବତନ୍ତ୍ର ତଦନ୍ତ ପାଇଁ ରାଜ୍ୟ ମାନବାଧିକାର ପ୍ରକୋଷ୍ଠ ପକ୍ଷରୁ ଦୁଇ ଜଣିଆ ସଦସ୍ୟଙ୍କ ଜରିଆରେ ନିର୍ଦେଶ। ସୁଚନା ଅନୁଯାୟୀ ଜଣାପଡିଛି ଯେ ଗତ ୨୫ ତାରିଖ ଦିନ ଦିବ୍ୟାଙ୍ଗ ଯୁବକ ଶୁଶାନ୍ତ ସାହୁ କୁ ପଥର କୁଆଁରୀ ରେ କାମ କରୁଥିବା ସମୟରେ ପୋଲିସ୍ ଉଠାଇ ନେଇ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଏକ ସପ୍ତାହ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହା ମଧ୍ୟରେ ଶୁଶାନ୍ତ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଯାହାକି ତାର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି ଓ ସମସ୍ତ କ୍ଷତ ସ୍ଥାନରେ ଲଙ୍କା ଗୁଣ୍ଡ ବୋଳା ହୋଇଥିବା ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତକାଲି ତାଙ୍କ ମୃତ୍ୟୁ ଘଟିଥିଲା। ଯାହା ଫଳରେ ତାଙ୍କ ସ୍ତ୍ରୀ ପୋଲିସ ବିରୋଧରେ ଅଭିଯୋଗ କରିବା ସହ ଗାଁ ଲୋକଙ୍କ ସହଯୋଗରେ ଥାନା ରେ ଧାରଣା ଦେଇଛନ୍ତି।