ଟିକାବାଲି ପୋଲିସ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୭୫ କେଜି ଗଞ୍ଜେଇ ଜବତ ,କରିବା ସହିତ ଜଣେ ଯୁବକ ଗିରଫ …
କନ୍ଧମାଳ :-୨୫/୦୮/୨୬ ( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପୋଲିସ ଚୋରା ଚାଲାଣ କୁ ଚଢାଉ କରି ଗଞ୍ଜେଇ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ୨୪/୦୮/୨୬ରେ ଦିନ ୧୨ଟା ସମୟରେ ବଡି଼ି ମୁଣ୍ଡା ଛକ ନିକଟସ୍ଥ ନିଛାଟିଆ ଜଙ୍ଗଲ ପାଖରେ ଗଞ୍ଜେଇ ବସ୍ତାକୁ ରଖି ବସ୍ କୁ ଆପକ୍ଷା କରୁଥିବା ବେଳେ ଟିକାବାଲି ପୋଲିସ କୈଣସି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା l ଟିକାବାଲି ଥାନା ଅଧିକାରୀ ଶିବ ରଞ୍ଜନ ସିଂଗ, ଏସ୍ ଆଇ ପ୍ରଦିପ କୁମାର ରାଉଳ , ଏ ଏମ୍ ଆଇ ଶିବରାମ ବିଷୋୟୀ, ପଞ୍ଚାନନ ମଲ୍ଲିକ, ଏବଂ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୭ ଗୋଟି ଜରି ବସ୍ତାରେ ଥିବା ,ଗୋଟିଏ ବସ୍ତାରେ ୨୫ କେଜି ୧୦୦ ଗ୍ରାମ ୭ ଟି ବସ୍ତାରେ ମୋଟ ଗଞ୍ଜେଇ ୧୭୫ ଜେକେ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣେ ଯୁବକ ଙ୍କୁ ଗିରଫ କରିଛି ପୋଲିସ। ଅତିରିକ୍ତ ତହସିଲଦାର ବିଘ୍ନରାଜ କହଁର ଙ୍କ ଉପସ୍ଥିତିରେ ଓଜନ କରାଗଲା l ଯୁବକଙ୍କ ପରିଚୟ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଯୁବକ ଜଣକ ନାମ ହେଲେ ସୋହିଜି ପାର୍ଧୀ (୨୧) ବର୍ଷ ପିତା -ଲାଲା ସିଂହି , ଗ୍ରାମ ଖଲୋରା , ଥାନା – ସାହା ନଗର, ଜିଲ୍ଲା -ପନ୍ନା ମଧ୍ୟପ୍ରଦେଶ ରାଜ୍ୟର ବୋଲି ଜଣାପଡିଛି। ଏହି ଯୁବକ ଜଣକ ଅନ୍ୟ ସହଯୋଗୀ ସହିତ ମିଶି ଜିଲ୍ଲାର ବିଭିନ୍ନ ଗ୍ରାମରେ ଗଞ୍ଜେଇ ସଂଗ୍ରହ କରି ମଧ୍ୟପ୍ରଦେଶ କୁ ଚାଲାଣ କରୁଥିବା ଜାଣିବାକୁ ପାଇଛି ପୋଲିସ। ଏନେଇ ପୋଲିସ କେସ୍ ନମ୍ବର -୧୭୩/୨୬ ରେ ଧାରା :୨୦(ବି) (ii) (C) NDPS ଅକ୍ଟରେ ମାମଲା ରୁଜୁ କରି ଯୁବକଙ୍କ ସହିତ ଗଞ୍ଜେଇ କୁ ବାଲିଗୁଡ଼ା କୋର୍ଟକୁ ପଠା ଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶିବ ରଞ୍ଜନ ସିଂଗ।
