*ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡିଏଲ୍ଏସ୍ଏର ଆଇନ ସଚେତନତା କାର୍ଯ୍ୟକ୍ରମ ।
ଗଜପତି,୩୧ .୮(ମନୋଜ ପାଢ଼ୀ) :-ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତି ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ, ଡିଏଲ୍ଏସ୍ଏ, ଗଜପତି ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଡିଏଲ୍ଏସ୍ଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବାର୍ ଆସୋସିଏସନର ଆଇନଜୀବୀ ଶ୍ରୀ ଆର୍. ବାବୁ ରାଓ ଏବଂ ସଖୀ–ୱାନ୍ ଷ୍ଟପ୍ ସେଣ୍ଟର, ପାରଳାଖେମୁଣ୍ଡିର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନୀତା ରଥ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଇଂରାଜୀ ଭାଷାର ରାୟଗୁଡ଼ିକୁ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଆଞ୍ଚଳିକ ଭାଷାକୁ ଅନୁବାଦ କରିବା ପାଇଁ ବ୍ୟବହୃତ ସୁଭାସ ସଫ୍ଟୱେର ସମ୍ପର୍କରେ ସଚେତନ କରାଯାଇଥିଲା।ଏଥି ସହ ଓଡ଼ିଶା ହାଇକୋର୍ଟ ଦ୍ଵାରା ଭିଡିଓ କନଫରେନ୍ସ ଆଇନ ୨୦୨୦ର ସୁବିଧା ଓ ଉପକାରିତା, ନ୍ୟାୟାଳୟରେ ଉପଲବଧ୍ ସୂଚନା ଓ ଯୋଗାଯୋଗ ବିଜ୍ଞାନର ସୁବିଧା, ସିଭିଲ ପ୍ରୋସେଜର ଆଇନ ୨୦୦୭ ସମ୍ପର୍କରେ ମଧ୍ୟ ସଚେତନତା କରାଯାଇଥିଲା।ନ୍ୟାୟିକ ପ୍ରକ୍ରିୟାରେ ଆଧୁନିକ ପ୍ରଯୁକ୍ତିର ଉପଯୋଗ, ଆଞ୍ଚଳିକ ଭାଷାରେ ନ୍ୟାୟିକ ସୂଚନାର ଉପଲବ୍ଧତା ଏବଂ ବିକଳ୍ପ ବିବାଦ ସମାଧାନ ଓ ମଧ୍ୟସ୍ଥତା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ସୂଚନା ପ୍ରଦାନ କରାଯାଇଛି।
