ଗାର୍ଡିଙ୍ଗିଆ ବିଦ୍ୟାଳୟ ର ଖେଳ ଶିକ୍ଷକଙ୍କୁ ସ୍ନେହଭରା ଅବସର ସମ୍ବର୍ଦ୍ଧନା
କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗାଡ଼ିଙ୍ଗିଆ ର ଉଚ୍ଚବିଦ୍ୟାଳୟର ଖେଳ ଶିକ୍ଷକ ଦେବେନ୍ଦ୍ର ଦିଗାଲ ଙ୍କୁ ଗ।ଡିଙ୍ଗିଆ ର ଗ୍ରାମବାସୀ,ଯୁବକ ସଂଘ,ମହିଳା ସ୍ୱୟଂସହାୟକ,ବ୍ଲକ ର ବିଭିନ୍ନ ଉଚ୍ଚବିଦ୍ୟାଳୟର ଶିକ୍ଷକ , ସେହି ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ସମସ୍ତ କର୍ମଚାରୀ ,ସ୍ନେହ ଭରା ବିଦାୟ ସଂବର୍ଦ୍ଧନା ଦେଇଛନ୍ତି । ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ,ମୁଖ୍ୟ ବକ୍ତାଭାବେ ଟିକାବାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି,ସମ୍ମାନିତ ଅତିଥିଭାବେ ଶଙ୍କର।ଖୋଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ,ସନ୍ତୋଷ କୁମାର ପ୍ରଧାନ,ପ୍ରାକ୍ତନ ଅଧ୍ୟାପକ ନରେନ୍ଦ୍ର ଦିଗାଲ,ଗ।ଡିଙ୍ଗିଆ ସରପଞ୍ଚ ଜିତେନ୍ଦ୍ର ମଲ୍ଲିକ,ସୂରଜ କୁମାର ଜେନା,ଗୋକୁଳ ପ୍ରଧାନ,ମିଶ୍ରା ମଲ୍ଲିକ,ପୂର୍ଣ୍ଣ ଚନ୍ଦ୍ର ଦିଗ।ଲ,ସହ ଧର୍ମୀଣି ମଞ୍ଜୁଲତା ଦିଗାଲ ମଞ୍ଚାସୀନ ରହି ଦେବେନ୍ଦ୍ରଙ୍କ ବ୍ୟକ୍ତିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସଭାପତି ବାବୁଲା ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷକ ହୃଷିକେଶ ନାୟକ,ଶିକ୍ଷକ ପ୍ରମୋଦ ଶ।ସମଲ,ବୀରେନ୍ଦ୍ର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ ସ୍କୁଲ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ବିରାଟ ପଟୁଆର କରି ଜନସାଧାରଣ ଓ ସ୍କୁଲ ର ସମସ୍ତ ଶିକ୍ଷକ ଶୁଭେଚ୍ଛା ଦେଇ ତାଙ୍କ ବାସଗୃହରେ ଛାଡିଥିଲେ ।
