ଗଞ୍ଜାମ ଜିଲ୍ଲା ସ୍ଥାନୀୟ ବାସିନ୍ଦା ଏବଂ ବାହାରୁ ଆସୁଥିବା ଲୋକେ ପିଇବା ପାଣି ପାଇଁ ଡହଳ ବିକଳ

ଗଞ୍ଜାମ ଜିଲ୍ଲା ସ୍ଥାନୀୟ ବାସିନ୍ଦା ଏବଂ ବାହାରୁ ଆସୁଥିବା ଲୋକେ ପିଇବା ପାଣି ପାଇଁ ଡହଳ ବିକଳ

ଗଞ୍ଜାମ ଜିଲ୍ଲା ସ୍ଥାନୀୟ ବାସିନ୍ଦା ଏବଂ ବାହାରୁ ଆସୁଥିବା ଲୋକେ ପିଇବା ପାଣି ପାଇଁ ଡହଳ ବିକଳ

ପୋଲସରା ୧୩/୦୬/୨୬ ପୋଲସରା ଦେବୀନଗର ସାହି କନ୍ଧୁଣୀ ଦେବୀ ମନ୍ଦିର ଆଗରେ ଲଗାଯାଇଥିବା ସୋଲାର ପାଣି ପାଇପ୍ ଆଜିକୁ ୨୦ ଦିନ ହେଲା ପିଇବା ପାଣି ଠପ୍ ହୋଇଯାଇଛି । ୩ ମାସ ହେଲା ଖରାପ୍ ହେଇଥିବା ବେଳେ ଅଳ୍ପ ଅଳ୍ପ ପାଣି ବାହାରୁଥିଲା , କିନ୍ତୁ ଏବେ ପୁରା ପୁରି ଠପ୍ । ପୋଲସରା ସହରରେ ଆସୁଥିବା ସପ୍ଲାଏ ପାଣିକୁ ପିଇ ହେଉନଥିବା ବେଳେ, ଦେବୀନଗର ସାହିର କନ୍ଧୁଣୀ ଦେବୀ ମନ୍ଦିର ଆଗରେ ଲଗାଯାଇଥିବା ସୋଲାର ପାଣି ସ୍ଥାନୀୟ ଲୋକମାନେ ଏବଂ ଦୂର ଦୂରା ନ୍ତରରୁ ଆସନ୍ତି ଏହି ସୋଲାର ପାଇପ୍ ରୁ ପିଇବା ପାଣି ଟିକେ ପାଇବା ପାଇଁ , କିନ୍ତୁ ଏବେ ସୋଲାର ପାଇପ୍ ରୁ ମରୁଡ଼ି ପଡ଼ିଯାଇଛି । ସ୍ଥାନୀୟ ବାସିନ୍ଦା ପିଇବା ପାଣିକୁ ନେଇ ଚିନ୍ତାରେ , ପ୍ରଶାସନ କୁ ବାରମ୍ବାର ଜଣେଇବା ପରେ ମଧ୍ୟ କାହିଁକି ଅଣଦେଖା କରାଯାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପ୍ରଶାସନର କେବେ ଶୁଭ ଦୃଷ୍ଟି ପଡ଼ିବ ଏହାକୁ ଦେଖିବା ବାକି ରହିଲା । ଗଣେଶ ପାଣିଗ୍ରାହୀ ରିପୋର୍ଟ