କୋରାପୁଟରେ ବଡ଼ ଦୁର୍ଘଟଣା, ଗ୍ୟାସ ଏଜେନ୍ସି ନିକଟରେ ୮ଟି ବାଇକ କ୍ଷତିଗ୍ରସ୍ତ
କୋରାପୁଟ ସହରର ଏକ ଗ୍ୟାସ ଏଜେନ୍ସି ନିକଟରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ପ୍ରାୟ ୮ଟି ମୋଟରସାଇକେଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ ଭାରୀ ଯାନ ନିୟନ୍ତ୍ରଣ ହରାଇ ବାଇକଗୁଡ଼ିକ ଉପରେ ଚଢ଼ିଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୌଭାଗ୍ୟବଶତଃ କୌଣସି ଜୀବନହାନିର ଖବର ମିଳିନାହିଁ, ତେବେ ଅନେକ ଯାନର ବ୍ୟାପକ କ୍ଷତି ଘଟିଛି।ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।ଘଟଣାକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିବା ସହ ଏହି ସ୍ଥାନରେ ଯାନବାହନ ଚଳାଚଳ ଉପରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।Information Media NewsChandan Prasad | Koraput
