ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ୬୩ତମ ଶ୍ରାଦ୍ଧବାର୍ଷିକୀ ମହା ସମାରୋହରେ ପାଳିତ ହୋଇଯାଇଛି।
ବରଗଡ ୨୬,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ୫ଟି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵର୍ଗତ କର୍ମବୀର ସ୍ଵାଧୀନତା ସଂଗ୍ରାମୀ ମଂଗଳୁ ପ୍ରଧାନ କଂ ୫୬ତମ ଶ୍ରାଦ୍ଧବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଛାତ୍ରୀ ମାନଙ୍କ ଦ୍ବାରା କର୍ମବୀର ମଙ୍ଗଳୁ ପ୍ରଧାନ ଅମର ରହେ ନାରା ଦେଇ ରେମଣ୍ଡା ଗ୍ରାମ ପରିକ୍ରମା କରିଥିଲେ। ଏହାକୁ ସଂଯୋଜନା କରିଥିଲେ ଶିକ୍ଷକ ଲଲିତ କୁମାର ରଥ। ଏଥିରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ ସଭାପତିତ୍ବ କରିଥିଲେ। ପ୍ରଥମେ ଛାତ୍ରୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ସମବାୟ ବିଭାଗ ଡିଆରସିଏସ ଯୁଗଳ କିଶୋର ଦାଶ, ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ଡଃ ହଲଧର ନାଗ, ସମ୍ମାନିତ ଅତିଥି ଭାବେ ଭାଷାବିତ୍ ଉତ୍ପନ୍ନ କୁମାର ଭୋଇ, ବରଗଡ ଏଆରସିଏସ ବାଦଲ ସାହାଣୀ, ଭେଡେନ ସମବାୟ ବିଭାଗ ର ଏରିଆ ମେନେଜର ପ୍ରଦୀପ କୁମାର ବେସନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଡଃ ମନୋରଞ୍ଜନ ମେହେର, ରେମଣ୍ଡା ଗ୍ରାମ ପଂଚାୟତ ସରପଞ୍ଚ ଉଦ୍ଧବ ବାରିକ, ରେମଣ୍ଡା ସମ୍ବଳ କୋଠ ଚାଷର ସଭାପତି କୀର୍ତ୍ତନ ପଟେଲ, ବାଳିକା ଉଚ୍ଚ ବିଦ୍ୟାଳୟର ଏସଏମସି ଚେୟାରମେନ ପ୍ରଶାନ୍ତ ସେବକ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନକଂ ପକ୍ଷରୁ କର୍ମବୀର ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ, ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ।
ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଉପଢୌକନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ଵାରା ସ୍ଵର୍ଗତ କର୍ମବୀର ମଂଗଳୁ ପ୍ରଧାନ କଂ ପ୍ରତି ମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏଥିରେ ରେମଣ୍ଡା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ମାନେ କର୍ମବୀର ସ୍ଵର୍ଗତ ମଂଗଳୁ ପ୍ରଧାନ ଅମର ରହେ ନାରା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ଵାରା କର୍ମବୀର ସ୍ଵର୍ଗତ ମଂଗଳୁ ପ୍ରଧାନ ଜୀବନୀ ଓ ତାଙ୍କର ଉନ୍ନୟନ ମୂଳକ କାର୍ଯ୍ୟ ବିସ୍ତୃତ ବିବରଣୀ ପ୍ରଦାନ ଓ ଜନସଚେତନତା ସୃଷ୍ଟି କରିବା ବିଷୟରେ ବକ୍ତବ୍ୟ ରଖିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ସ୍ଵର୍ଗତ କର୍ମବୀର ମଂଗଳୁ ପ୍ରଧାନ ଜୀବନୀ ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର କୃତିତ୍ବ ଅର୍ଜନ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ପରିଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ଏହି ସମୟରେ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ସ୍ଵେଚ୍ଛାସେବୀ ମାନେ ପରିଚାଳନା ସହଯୋଗ କରିଥିଲେ।
