ରାୟଗଡ ରେ ଜ଼ିଲ୍ଲାସ୍ତରୀୟ ଦିଆଲ ପର୍ବ ସିଜେନ 4 ତଥା ସମ୍ବିଧାନ ଦିବସ ଧୂମଧାମ ରେ ପାଳିତ
ରାୟଗଡ( ଇନ୍ଫୋ ମିଡିଆ )ଏକତାର ଆହ୍ୱାନ, ପରମ୍ପରାର ଉଦ୍ଘୋଷ ଓ ସାମାଜିକ ସଂହତିର ଶୁଭାରମ୍ଭମିଳନର ମହକରେ ମହକି ଉଠିଲା ଜ଼ିଲ୍ଲା ସ୍ତରୀୟ ଦିଆଲ ପରବ ସିଜେନ 4 ତଥା ସମ୍ବିଧାନ ଦିବସ l ପବିତ୍ର ପରିବେଶ। ପରମ୍ପରାର ପ୍ରଦୀପକୁ ପ୍ରଜ୍ୱଳିତ କରି, ଏକତାର ମନ୍ତ୍ରରେ ସମାଜକୁ ଏକ ସୂତ୍ରରେ ବାନ୍ଧିବାର ମହତ୍ତର ଉଦ୍ଦେଶ୍ୟ ନେଇ ଆଜିର ଏହି କାର୍ଯ୍ୟକ୍ରମ ଦିଆଲ ପରବ ଭେଟଘାଟ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କଲେ ରାୟଗଡ ଜ଼ିଲ୍ଲା ଡ଼ମ୍ବ ସମାଜର ସଭାପତି ଶ୍ରୀ ଧନୀରାମ ନାଏକ। କାର୍ଯ୍ୟକ୍ରମ ଉଦଘାଟନ ପୂର୍ବରୁ ରାୟଗଡ ସହର ତିନି ଟି ପ୍ରବେଶ ପଥରେ ପ୍ରଥମେ ହଜାର ହଜାର ସଂଖ୍ୟାରେ ବହୁ ମହିଳା ପୁରୁଷ ଯୁବକ ଯୁବତୀ ଏକତ୍ରିତ ହୋଇଥିଲେ l ପରେ ପରେ ପରମ୍ପରିକ ନିଜର କଳା ସଂସ୍କୃତି ର ନାଚ ଗୀତ ସହିତ ଡିଜେ ବାଜା ବାଜଣା ରେ ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟରେ ଅବସ୍ଥିତ ଭାରତ ରତ୍ନ ସମ୍ବିଧାନ ପ୍ରାଣୀତା ବାବଦସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଠାରେ ଏକତ୍ରିତ ହୋଇଥିଲେ l ପରେ ଜ଼ିଲ୍ଲା ଡ଼ମ୍ବ ସମାଜ ସଭାପତି ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପା ମାଲ୍ୟ ଅର୍ପଣ କରିଥିଲେ l ସହର ପ୍ରବେଶ ପଥ ଶିରୀଗୁଡା ରାସ୍ତା ରୁ ଗୋପାଳ ଖୁରା ଓ ଉମେଶ ଖୋସଲା ଙ୍କ ନେତୃତ୍ୱ ରେ କୁମ୍ଭୀକଟା ନାକିଟି ଅଞ୍ଚଳ ର ହଜାର ବ୍ୟକ୍ତି ଏକ ବିରାଟ ମହାରାଲି ରେ ଆସିଥିଲେ l ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାମାଲ୍ୟ ଅର୍ପଣ ପରେ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜି ସି ଡି ପଡିଆ ଠାରେ ସମସ୍ତେ ଏକତ୍ରିତ ହୋଇଥିଲେ l
ଏହା କେବଳ ଏକ ଉତ୍ସବର ଶୁଭାରମ୍ଭ ନୁହେଁ, ବରଂ ଏହା ଆମ ସାମାଜିକ ଏକତା, ଭାଇଚାରା, ସାଂସ୍କୃତିକ ଚେତନା ଓ ଐତିହ୍ୟର ସୁରକ୍ଷା ପାଇଁ ଏକ ସୁନ୍ଦର ଅଭିଯାନ। ଯେଉଁଠି ମିଳନରେ ସମ୍ପର୍କ ମଜଭୁତ ହୁଏ, ଏକତାରେ ସମାଜ ସମୃଦ୍ଧ ହୁଏ ଏବଂ ପରମ୍ପରାରେ ଆଗାମୀ ପିଢ଼ି ନିଜର ପରିଚୟ ଖୋଜିପାଏ।ଏକତା ଆମର ଶକ୍ତି, ପରମ୍ପରା ଆମର ପରିଚୟ ଏବଂ ସାମାଜିକ ସଂହତି ଆମର ଭବିଷ୍ୟତ ବୋଲି ଆଜିର କାର୍ଯ୍ୟକ୍ରମ ର ଅତିଥି ମାନେ ମତ ରଖିଥିଲେ l ଅବିଭକ୍ତ କୋରାପୁଟ ଜ଼ିଲ୍ଲା ର ବିଭିନ୍ନ ଅଂଚଳ ରୁ ଆସିଥିବା ନିମତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ସଂସ୍କୃକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲାରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
