ଗଞ୍ଜାମ ଜିଲ୍ଲା ଚିରିକିପଡା ଶାସନ ମଣ୍ଡଳ ସ୍ତରୀୟ ମହିଳା ଆକ୍ରୋଶ ପଦଯାତ୍ରା

ଗଞ୍ଜାମ ଜିଲ୍ଲା ଚିରିକିପଡା ଶାସନ ମଣ୍ଡଳ ସ୍ତରୀୟ ମହିଳା ଆକ୍ରୋଶ ପଦଯାତ୍ରା

ଗଞ୍ଜାମ ଜିଲ୍ଲା ଚିରିକିପଡା ଶାସନ ମଣ୍ଡଳ ସ୍ତରୀୟ ମହିଳା ଆକ୍ରୋଶ ପଦଯାତ୍ରା

ପୋଲସରା ୩୦/୦୪/୨୬ ମହିଳା ମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଚିରିକିପଡା ଶାସନ ମଣ୍ଡଳ ସ୍ତରୀୟ ମହିଳା ଜନ ଆକ୍ରୋଶ ପଦଯାତ୍ରା ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ମହିଳା ମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିବା ପାଇଁ ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କଂଗ୍ରେସ ସହ ଡିଏମକେ,ଟିଏମସି, ସମାଜବାଦୀ ଓ ବିଜେଡି ଦଳ ସହିତ ଅନ୍ୟ କିଛି ଆଞ୍ଚଳିକ ଦଳ ବିରୋଧ ଜଣାଇଥିଲା। ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ମହିଳା ମାନଙ୍କ ପାଇଁ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଅଧିନିୟମ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବା ନେଇ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଠାରେ ମଣ୍ଡଳ ସ୍ତରୀୟ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି। ଚିରିକିପଡା ଶାସନ ଗ୍ରାମର ନୂଆଁ ବସଷ୍ଟାଣ୍ଡ ନିକଟସ୍ଥ ହାଇସ୍କୁଲ ପଡିଆ ଠାରୁ ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ , ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଓ ଟିଏମସି ମୁଖିଆ ମମତା ବାନାର୍ଜୀଙ୍କ ବିରୋଧରେ ଶ୍ଳୋଗାନ ଦେଇ ପଦଯାତ୍ରା ମୁଖ୍ୟ ସଡ଼କ ଦେଇ ପୁରୁଣା ବସଷ୍ଟାଣ୍ଡ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ତିନି ମୁଖିଆଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ପଦଯାତ୍ରାର ଜିଲ୍ଲା ସଂଯୋଜକ ସିମାଞ୍ଚଳ ସାହୁ, କୃଷକ ମୋର୍ଚ୍ଚା ସଭାପତି ରଘୁନାଥ ପଣ୍ଡା,ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ,ମଣ୍ଡଳ ସଭାପତି କାହ୍ନୁଚରଣ ଦାସ,ମଣ୍ଡଳ ପ୍ରଭାରୀ ନୀଳମାଧବ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ, ଦିବ୍ୟ ଭାରତୀ ବିଷୋୟୀ,ମାମି ଭୂୟାଁ, ଅନୀତା ନାହାକ,ବିନୁ ଜେନା,ବନୀତା ଗୌଡ, ରୁନୁ ସେଠୀ, ବିଜ୍ଞାନୀ ନାୟକ, ଜୋସ୍ନା ବିଷୋୟୀ,ରୀତା ରାଉତ ରଞ୍ଜନ କୁମାର ଡାକୁଆ,ତପନ ସାହାଣୀ, ସଞ୍ଜୟ ସାହୁ, ବସନ୍ତ ଜେନା, ଚକ୍ରପାଣି ପ୍ରଧାନ, ପ୍ରବିଣ ବିଷୋୟୀ ସମେତ ବହୁ ସଂଖ୍ୟକ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ର ସଦସ୍ୟ ମାନେ ଏହି ଆକ୍ରୋଶ ପଦଯାତ୍ରାରେ ସାମିଲ ହୋଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ