କୋରାପୁଟ ରେଳ ଷ୍ଟେସନରେ ୧୧ କିଲୋରୁ ଅଧିକ ଗଞ୍ଜେଇ ଜବତ, ବିହାରର ମହିଳା ଗିରଫ
କୋରାପୁଟ, ୨୭ ଜୁନ: କୋରାପୁଟ ରେଳ ଷ୍ଟେସନରେ ରେଲୱେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱସ୍ତ ସୂଚନା ଆଧାରରେ ଚଢ଼ାଉ କରି ଟ୍ରେନ୍ ଯୋଗେ ବିହାର ଯିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ତାଙ୍କ ସୁଟକେସ୍ରୁ ୧୧ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି।ଗିରଫ ମହିଳା ଜଣକ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାର ବାସିନ୍ଦା ସୁନୈନା ଦେବୀ ବୋଲି ରେଲୱେ ପୋଲିସ ସୂଚନା ଦେଇଛି।ଜବତ ଗଞ୍ଜେଇ କେଉଁ ଅଞ୍ଚଳରୁ ଆଣାଯାଇଥିଲା ଏବଂ ଏହି ଚୋରାଚାଲାଣ ଚକ୍ରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ରେଲୱେ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାରେ ଆହୁରି ଗିରଫଦାରୀ ହେବାର ସମ୍ଭାବନା ଥିବା ଅନୁମାନ କରାଯାଉଛି।Information Media ପକ୍ଷରୁ ଏହି ଘଟଣାର ପରବର୍ତ୍ତୀ ଅଦ୍ୟତନ ସୂଚନା ମଧ୍ୟ ପ୍ରକାଶ କରାଯିବ।
