ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡ଼ିମୁଣ୍ଡା ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡ଼ିମୁଣ୍ଡା ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡ଼ିମୁଣ୍ଡା ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଗୁଡ୍ରିପଡ଼ି କ୍ଲଷ୍ଟର ବଡ଼ିମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ବର୍ଷ ର କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମଧାମ ରେ ଅନୁଷ୍ଠିତ ହୋଇଅଛି I ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ପ୍ରଧାନ ସଭାପତିତ୍ବ ଆସନ ରେ ଅଳଙ୍କୃତ ହୋଇଥିଲେ ଓ ସମ୍ମାନିତ ଅତିଥି ରୂପେ ଟିକାବାଲି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କହଁର ଓ ବିନୋଦିନୀ ସାମଲ ଉପସ୍ଥିତ ଥିଲେ I ଏଥିସହ ଏହି କାର୍ଯ୍ୟକ୍ରମ ରେ ରାଶିନାଯୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରାଜପତି ମଲ୍ଲିକ ଓ କମଳା ନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯତ୍ନ କୁମାର ଦିଗାଳ ଙ୍କ ସହ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମ ଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଲାଲମୋହନ କହଁର ଙ୍କ ତତ୍ୱାବଧାନ ରେ ବହୁତ ସୁନ୍ଦର ଭାବେ ହୋଇଥିଲା I ଏହି ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସୁରଭି ରେ ବିଭିନ୍ନ ବିଭାଗ ଯେପରି ନୃତ୍ୟ, ସଂଗୀତ, ବିତର୍କ, ଭାଷଣ, ଚିତ୍ରାଙ୍କନ, ପୋଷଣ ଶିଳ୍ପକଳା, ଚିତ୍ର କଳା ବିଭାଗ ରେ ପିଲାଙ୍କୁ ନେଇ ପ୍ରତିଯୋଗିତା କରାଯାଇଥିଲା ଓ ପରିଶେଷରେ ବିଜୟୀ ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I