ଉନ୍ନତ ମତ୍ସ୍ୟ ପାଳନ ପଦ୍ଧତି ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ।

ଉନ୍ନତ ମତ୍ସ୍ୟ ପାଳନ ପଦ୍ଧତି ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ।

ଉନ୍ନତ ମତ୍ସ୍ୟ ପାଳନ ପଦ୍ଧତି ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ।

ଗଜପତି(ମନୋଜ ପାଢ଼ୀ)୧୦/୦୬/୨୦୨୬ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦ୍ ଭାବନା ଗୃହ ଠାରେ ଉନ୍ନତ ମତ୍ସ୍ୟ ପାଳନ ପଦ୍ଧତି ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ‌ଏହି କାର୍ଯ୍ୟକ୍ରମ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁନେମି ମଣ୍ଡଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଦୁଲେରାମ ମାରାଣ୍ଡି , ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ପାତ୍ର ଯୋଗ ଦେଇଥିଲେ। ଉନ୍ନତ ମତ୍ସ୍ୟ ପାଳନ ପଦ୍ଧତି ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ସହ ସଚେତନତା କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଶ୍ରୀ ନରେନ୍ଦ୍ର କୁମାର ପାତ୍ର ମତ୍ସ୍ୟଜୀବୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ମତ୍ସ୍ୟ କିପରି ପାଳନ କରାଯାଏ ଏବଂ କେଉଁ ପଦ୍ଧତିରେ ଅଧିକ ଲାଭଦାୟକ ପାଇପାରିବେ ସେହି ବିଷୟ ନେଇ ଚାଷୀମାନଙ୍କୁ ଜଣାଇଥିଲେ। ସହକାରୀ ମତ୍ସ୍ୟ ଅଧିକାରୀ କାଶିନାଗରଙ୍କ ଦ୍ୱାରା ମାଛ ଯାଆଁଳା ଚୟନ ଓ ଷ୍ଟଙ୍କି ବିଷୟରେ ମତ୍ସ୍ୟଜୀବୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଜଣାଇଥିଲେ। ଗୁମ୍ମା ବ୍ଲକ ଗୋପାଳନ ଅଧିକାରୀ ଶ୍ରୀ ରାଜାରାମ ଖଟୁଆଙ୍କ ଦ୍ବାରା ମାଛର ବିଭିନ୍ନ ରୋଗର ନିରାକରଣ ଓ ପରିଚାଳନା ଏବଂ ଆବେଦନ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉପେନ୍ଦ୍ର ମାଛ ପରିଚାଳନା କରିଥିବାବେଳେ ମତ୍ସ୍ୟ ବିଭାଗ ଅଧିକାରୀ ପ୍ରକାଶ ସେଠୀ , ଅରବିନ୍ଦ ଜେନା ସହଯୋଗ କରିଥିଲେ ।