ଅଣ୍ଣବ ବାତ୍ୟାରେ ପୀଡତ ଚାଷୀ , କ୍ଷତିପୂରଣ ଦାବୀ ।

ଅଣ୍ଣବ ବାତ୍ୟାରେ ପୀଡତ ଚାଷୀ , କ୍ଷତିପୂରଣ ଦାବୀ ।

ଅଣ୍ଣବ ବାତ୍ୟାରେ ପୀଡତ ଚାଷୀ , କ୍ଷତିପୂରଣ ଦାବୀ ।

ଗଜପତି,୩୧.୧୦(ମନୋଜ କୁମାର ପାଢୀ)- ଅଣ୍ଣବ ବାତ୍ୟାରେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀକୁଳ । ସେମାନଙ୍କ ଝାଳବୁହା ପରିଶ୍ରମକୁ ବାତ୍ୟା ବୁଡେଇ ଦେଇଛି । ଆର,ଉଦୟଗିରି ଥାନାର ଅନୁଗୁରୁ ପଞ୍ଚାୟତର ଜୟପୁର ଗ୍ରାମରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଶତାଧିକ ଏକର ଜମିରେ ଠିଆ ହୋଇଥିବା ଫସଲ ଅଣ୍ଣବ ବାତ୍ୟା ପରେ ଜମିରେ ଶୋଇ ପଡିଛି । ଜୟପୁର ଗ୍ରାମରେ ବସବାସ କରୁଥିବା ସଂଖ୍ୟାଧିକ ଚାଷୀ ଏଥର ମକା ଫସଲ ଲଗାଇଥିଲେ । ସବୁ ଗଛ ଧୋଇଯାଇଛ । ଏଭଳି ସ୍ଥିତିରେ ବ୍ୟାଙ୍କ ରୁଣ ଓ ସାହୁକାର ରୁଣ ସୁଝିବା ନେଇ ଚିନ୍ତାରେ ଚାଷୀକୁଳ ଜୟପୁର ଗ୍ରାମ ବ୍ୟତୀତ ଅନୁଗୁରୁ, କିରାମା, ସମ୍ବଲପୁର, ସୁନ୍ଦରଡାଙ୍ଗ, ପରିମଳ, ଉଦୟପୁର, ଶବରପୋଲି, ମହେନ୍ଦ୍ରଗଡ, ଅବରସିଂ, ଛେଳିଗଡ, ପୁରୁଣା ପାଣି ଓ ରଣ୍ଡିବା ପଞ୍ଚାୟତ ମଧ୍ୟ ସମ ପ୍ରକାର ଅବସ୍ଥା । ବାତ୍ୟା ଛାଡିକି ୪ଦିନ ହେଲାଣି ତେବେ ଏପର୍ଯ୍ୟନ୍ତ ଚାଷଜମି ଜଳମଗ୍ନ ହୋଇ ରହିଛି । ଏଣୁ କ୍ଷତିପୂରଣ ପ୍ରଦାନ କରିବା ସହ ବ୍ୟାଙ୍କରୁ ରୁଣଛାଡ କରିବା ଚାଷୀମାନେ ଦାବୀ କରିଛନ୍ତି । ନହେଲେ ସେମାନଙ୍କ ଭବିଷ୍ୟତ ଅନ୍ଧାକାର ବୋଲି ମତପ୍ରକାଶ ପାଇଛି ।