ଚାଷି ପରିବାର ସୁଖ ଉଜାଡି ଦେଲା ବର୍ଷା ଓ ପବନ, ନୋଷ୍ଟ ହେଲା ଉଠା ଜଳସେଚନ ସୋଲାର ପ୍ଲେଟ ଏବଂ ମୋଟର।

ଚାଷି ପରିବାର ସୁଖ ଉଜାଡି ଦେଲା ବର୍ଷା ଓ ପବନ, ନୋଷ୍ଟ ହେଲା ଉଠା ଜଳସେଚନ ସୋଲାର ପ୍ଲେଟ ଏବଂ ମୋଟର।
Spread the love

ଚାଷି ପରିବାର ସୁଖ ଉଜାଡି ଦେଲା ବର୍ଷା ଓ ପବନ, ନୋଷ୍ଟ ହେଲା ଉଠା ଜଳସେଚନ ସୋଲାର ପ୍ଲେଟ ଏବଂ ମୋଟର।

ଆର,ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସମ୍ବଲପୁର ପଞ୍ଚାୟତ ଅନ୍ତର୍ଗତ ଗୋଠା ଗ୍ରାମ ବାସିନ୍ଦାଙ୍କ ବୋଞ୍ଚିବାର ଗୋଟିଏ ରାସ୍ତା ହେଉଛି ଚାଷ । ଅନେକ ବର୍ଷରୁ ଚାଷ କରି ହସ ଖୁସିରେ ପରିବାର ପୋଷଣ କରୁଥିଲେ ଗୋଠା ଗ୍ରାମର ଜୟା ରଇତ, ସୁଲେମାନ ରଇତ, ଆନନ୍ଦ ମାଳି, ଅନାମ ମଣ୍ଡଳ ହେଲେ କିଏ ଜାଣିଥିଲା ଦିନେ ପ୍ରକୃତିର ତାଣ୍ଡବରେ ସେ ପରିବାରର ଜୀବନ ଜୀବିକା ବିପନ୍ନ ହୋଇ ପଡିବ ବୋଲି ? ଜିଲ୍ଲା ପରିଚାଳନା କୃଷି ଶିଳ୍ପ ନିଗମ ଓଏଆଇସି ଗଜପତି ଜିଲ୍ଲା ଚାରିଟି ପାରିବାରକୁ ସଲାର ପ୍ଲେଟ ପାଣି ଉଠା ଜଳସେଚନ ମୋଟର ଯୋଗାଇ ଥିବାରୁ ପାଖ ନଦୀରୁ ପାଣି ଉଠାଇ ପୂର୍ବ ପୁରୁଷର ଯେଉଁ ଜମିରେ ପାଣି ଅଭାବ ହେତୁ ଚାଷ କାର୍ଯ୍ୟ କରି ପାରିନଥିଲେ ସେଭଳି ଜମିରେ ଚାଷ କାର୍ଯ୍ୟ କରି ପରିବାର ପୋଷଣ କରୁଥିଲେ। ଗତ ଅକ୍ଟୋବର ମାସ ଦୁଇ ତାରିଖରେ ପ୍ରବଳ ବର୍ଷା ପବନ ଯୋଗୁଁ ଚାରି ଗୋଟି ପରିବାରର ସୋଲାର ପ୍ଲେଟ ପାଣି ଉଠା ଜଳସେଚନ ସୋଲାର ପ୍ଲେଟ ଏବଂ ମୋଟର ପବନ, ବର୍ଷା ଏବଂ ନଦୀ ପାଣିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ହେତୁ ଚାରି ଗୋଟି ଚାଷି ପରିବାର ର ଜୀବନ ଜୀବିକା ଅନ୍ଧାର ହୋଇଗଲା। ତେଣୁ ଗୋଠା ଗ୍ରାମର ଏହି ଚାରି ଗୋଟି ପରିବାର ଯଥା ଜୟା ରଇତ, ସୁଲମନ ରଇତ, ଆନନ୍ଦ ମାଳି, ଅନାମ ମଣ୍ଡଳ ପରିବାର ଚାଷି ପୁନୋର୍ବ୍ବାର ସୋଲାର ପ୍ଲେଟ ପାଣି ଉଠା ଜଳସେଚନ ମୋଟର ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।