ନୂଆଗଡରେ ମା ଗଜଲକ୍ଷ୍ମୀ ଙ୍କୁ ମେଲାଣି ।

ନୂଆଗଡରେ ମା ଗଜଲକ୍ଷ୍ମୀ ଙ୍କୁ ମେଲାଣି ।

ନୂଆଗଡରେ ମା ଗଜଲକ୍ଷ୍ମୀ ଙ୍କୁ ମେଲାଣି ।

ଗଜପତି ୩/୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ନୂଆଗଡ ସଦର ରେ ସ୍ଥାନୀୟ ମାଣିକେଶ୍ୱରୀ ସାହିରେ ଦୀର୍ଘ ୧୦ ଦିନ ଧରି ଅନୁଷ୍ଠିତ ହୋଇଥିବା ମା ଗଜଲକ୍ଷ୍ମୀ ପୂଜାର ମେଲାଣି ଉତ୍ସବ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି।ଏହି ଭସାଣି ଉତ୍ସବ ରେ ବିଭିନ୍ନ ଆଲୋକ ମାଳା ସୁସଜ୍ଜିତ ସହ ସାଂସ୍କୃତିକ ନୃତ୍ୟ,ଗୀତ, ବାଜା ବାଜଣ ରେ ନଗର ପରିକ୍ରମା କରାଯାଇଛି।ଆଜି ମା ଙ୍କ ଶେଷ ଦର୍ଶନରେ ଶ୍ରଦ୍ଧାଳୁ ତଥା ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି।ଭକ୍ତ ମାନଙ୍କ ମଧ୍ୟରେ ଆସନ୍ତା ବର୍ଷ ର ଅପେକ୍ଷା କୁ ନେଇ ମତ ପ୍ରକାଶ ପାଇଛି।ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ସ୍ଥାନୀୟ ପୁଲିସ ପ୍ରଶାସନ କାର୍ଯକ୍ରମରେ ସହଯୋଗ କରିଥିଲେ।