ଗଞ୍ଜାମ ଜିଲ୍ଲା ପ୍ରଶାସନର ଚଢ଼ାଉ, ଦୋକାନରୁ ତମାଖୁ ଓ ଗୁଟଖା ଜବତ

ଗଞ୍ଜାମ ଜିଲ୍ଲା ପ୍ରଶାସନର ଚଢ଼ାଉ, ଦୋକାନରୁ ତମାଖୁ ଓ ଗୁଟଖା ଜବତ

ଗଞ୍ଜାମ ଜିଲ୍ଲା ପ୍ରଶାସନର ଚଢ଼ାଉ, ଦୋକାନରୁ ତମାଖୁ ଓ ଗୁଟଖା ଜବତ

ଆସିକା, ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ, ଯୋଗାଣ, ସ୍ୱାସ୍ଥ୍ୟ ଓ ପୋଲିସ ବିଭାଗର ମିଳିତ ଉଦ୍ୟମରେ ଧରାକୋଟ, ମୁଣ୍ଡମରାଇ, ତାଳପାଟଣା, ଜାନିବିଲି, ବରଡାବିଲି, ଦଶମଇଲି ଓ ଛାରିସକର ଅଞ୍ଚଳର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ତମାଖୁ, ଗୁଟଖା ଓ ପୁଡ଼ିଆ ଜବତ କରାଯାଇଛି।ଏହି ଅଭିଯାନରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ଡାକ୍ତର ଶଙ୍କର ନାରାୟଣ ବେହେରା, ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ, ଏଏସଆଇ ରାଜେନ୍ଦ୍ର ରାଉତ, ସୁପରଭାଇଜର ସୁଜ୍ଞାନୀ ବେହେରା ଏବଂ ରାଜସ୍ୱ ନିରୀକ୍ଷକ ମନୋଜ ମାଝି ପ୍ରମୁଖ ସାମିଲ ହୋଇଥିଲେ।ତମାଖୁମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।ରିପୋର୍ଟ: ଗଣେଶ ପାଣିଗ୍ରାହୀ