ରାୟଗଡ ଜ଼ିଲ୍ଲା ନିମନ୍ତେ ଅତ୍ୟନ୍ତ ଦୁଃଖଦଘଟଣା ଆଉ ନାହାନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କୋଣ୍ଡା ବାବୁ

ରାୟଗଡ ଜ଼ିଲ୍ଲା ନିମନ୍ତେ ଅତ୍ୟନ୍ତ ଦୁଃଖଦଘଟଣା ଆଉ ନାହାନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କୋଣ୍ଡା ବାବୁ

ରାୟଗଡ ଜ଼ିଲ୍ଲା ନିମନ୍ତେ ଅତ୍ୟନ୍ତ ଦୁଃଖଦଘଟଣା ଆଉ ନାହାନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କୋଣ୍ଡା ବାବୁ

ରାୟଗଡ ( info media) ରାୟଗଡ଼ା ଜିଲ୍ଲାବାସୀ ଙ୍କ ଶୁଖଃ ଦୁଃଖ ର ସାଥୀ ରାଜ୍ୟ ବିଜେପି ର କାର୍ଯ୍ୟକଣୀ ସଦସ୍ୟ, ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ତଥା ସମଜ ସେବୀ ଆଉ ନାହାନ୍ତି ଆମ ଗହଣରେ l ଏହା ଭାଜପା ପାଇଁ ଏହା ଏକ ଅପୂରଣୀୟ କ୍ଷତି ଘଟିଛି l ସମସ୍ତଙ୍କର ଅତିପ୍ରିୟ ଜନନାୟକ, ଭାଜପାର ବରିଷ୍ଠ ନେତା ତଥା ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ୟାଲ୍ଲା କୋଣ୍ଡା ବାବୁ ଙ୍କ ବିୟୋଗର ଦୁଃଖଦ ଖବର ପ୍ରସାର ହେବା ପରେ ହଜାର ହାଜର ସଂଖ୍ୟାରେ କୋଣ୍ଡା ବାବୁ ପ୍ରେମୀ ବିଜେପି ର କର୍ମକର୍ତା ଙ୍କ ବହୁ ଜନସାଧାରଣ ସ୍ବର୍ଗତ କୋଣ୍ଡା ବାବୁ ଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ଘରେ ପହଂଚି ଶେଷ ଦର୍ଶନ କରିଥିଲେ l ତାଙ୍କ ବିୟୋଗରେ ରାୟଗଡ଼ା ଜିଲ୍ଲା ଜଣେ ନିଷ୍ଠାବାନ୍, ସମାଜପ୍ରିୟ ଓ ଲୋକଙ୍କ ପାଇଁ ସମର୍ପିତ ନେତାଙ୍କୁ ହରାଇଲା।ତାଙ୍କର ସରଳତା, ନିଷ୍ଠା, ଜନସେବା ଓ ନେତୃତ୍ୱର ସ୍ମୃତି ସଦାସର୍ବଦା ସମସ୍ତଙ୍କ ହୃଦୟରେ ଅମର ହୋଇ ରହିବ।ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଅନୁଗାମୀମାନଙ୍କ ପ୍ରତି ମୋର ଅନ୍ତରିକ ସମବେଦନା ଜ୍ଞାପନ କରିଛନ୍ତି ରାୟଗଡ ବାସୀ lପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ପବିତ୍ର ଆତ୍ମାକୁ ସଦ୍‌ଗତି ପ୍ରଦାନ କରନ୍ତୁ ଏବଂ ଶୋକାକୁଳ ପରିବାରବର୍ଗଙ୍କୁ ଏହି ଅପୂରଣୀୟ ବିୟୋଗର ଦୁଃଖ ସହିବା ପାଇଁ ଧୈର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି lକୋଣ୍ଡା ବାବୁ ଙ୍କ ଦୁଇ ପୁତ୍ର ପହଁଚିଲା ପରେ ଅତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ