ରାୟଗଡା ପୌରାଧକ୍ଷା ଙ୍କ ବିରୋଧ ରେ ଅନାସ୍ଥାନ ୯ରେ ଭୋଟିଂ, ୧୯ କାଉନସିଲରଙ୍କୁ ବିଜେଡି ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି

ରାୟଗଡା ପୌରାଧକ୍ଷା ଙ୍କ ବିରୋଧ ରେ ଅନାସ୍ଥାନ ୯ରେ ଭୋଟିଂ, ୧୯ କାଉନସିଲରଙ୍କୁ ବିଜେଡି ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି
Spread the love

ରାୟଗଡା ପୌରାଧକ୍ଷା ଙ୍କ ବିରୋଧ ରେ ଅନାସ୍ଥାନ ୯ରେ ଭୋଟିଂ, ୧୯ କାଉନସିଲରଙ୍କୁ ବିଜେଡି ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି

ରାୟଗଡ଼ା : ରାୟଗଡ଼ା ପୌରାଧ୍ଯକ୍ଷା ଶୁଭ୍ରାଂ ପଣ୍ଡାଙ୍କ ବିରୋଧରେ ଆଗତ ଅନାସ୍ଥା ଉପରେ ଅକ୍ଟୋବର ୯ ତାରିଖରେ ଭୋଟ ଗ୍ରହଣ କରାଯିବ। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଭୋଟିଂ ପାଇଁ ତାରିଖ ଧାର୍ଯ୍ୟ କରି ନୋଟିସ ଜାରି କରିଛନ୍ତି । ଉକ୍ତ ନୋଟିସରେ ଅକ୍ଟୋବର ମାସ ୯ ତାରିଖରେ ପୌର ପରିଷଦ କାର୍ଯ୍ୟାଳୟରେ ଅନାସ୍ଥାକୁ ନେଇ ଭୋଟିଂ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର ସୂଚନା ଦେଇଛନ୍ତି । ପୌର ପରିଷଦର ସମସ୍ତ କାଉନସିଲର ମାନଙ୍କୁ ଚିଠିରେ ଜଣାଇ ଦିଆଯିବ ବୋଲି କହିଛନ୍ତି ।ବିଜଦ ସମର୍ଥିତ ପୌର ଉପାଧ୍ୟକ୍ଷା ଶ୍ରୀମତି ପଣ୍ଡା ବିଜଦ କାଉନସିଲର ମାନଙ୍କୁ ଅଣଦେଖା କରି ଆସୁଥିବା, କୌଣସି କାମରେ ସହଯୋଗ କରୁ ନ ଥିବା ଅଭିଯୋଗ କରି ବିଜଦର ୧୯ ଜଣ କାଉନସିଲର ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ବିଚାରକୁ ନେଇ ଜିଲ୍ଲାପାଳ ଶ୍ରୀ କୂଳକଣ୍ଠଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୦ତାରିଖରେ ଉପଜିଲ୍ଲାପାଳ ରମେଶ ଜେନା ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା କାଉନସିଲର ମାନଙ୍କ ଦସ୍ତଖତ ଯାଞ୍ଚ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟକୁ ଆଧାର କରି ଜିଲ୍ଲାପାଳ ଅକ୍ଟୋବର ୯ରେ ଭୋଟିଂ ଗ୍ରହଣ ନିମନ୍ତେ ସ୍ଥିର କରିଛନ୍ତି ।ପୌର ଉପାଧ୍ଯକ୍ଷା ଶ୍ରୀମତୀ ପଣ୍ଡା ପୌର ପାଳିକାରେ ଆଉଟ ସୋର୍ସିଙ୍ଗ ହୋଇଥିବା ନିଯୁକ୍ତିରେ ଦୁର୍ନୀତି ନେଇ ବିରୋଧ କରିଥିବା କାରଣରୁ ତାଙ୍କ ବିରୋଧରେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳଙ୍କୁ କାଉନସିଲର ମାନେ ଲିଖିତ ଜଣାଇଥିଲେ। ଅପର ପକ୍ଷରେ ବିଶେଷ କାରଣ ନଥାଇ ନିଜ ବିଜୁ ଜନତା ଦଳର ଉପାଧ୍ଯକ୍ଷାଙ୍କ ବିରୋଧରେକାଉନସିଲର ମାନେ ଅନାସ୍ଥା ପ୍ରସ୍ତାବ ଆଣିବା ପଦକ୍ଷେପକୁ ବିଜୁ ଜନତା ଦଳ ନାପସନ୍ଦ କରି ଗୁରୁତର ସହ ଗ୍ରହଣ କରିଛି। ଅନାସ୍ଥାରେ ଦସ୍ତଖତ କରିଥିବା ସମସ୍ତ ୧୯ ଜଣ କାଉନସିଲରଙ୍କୁ ଜିଲ୍ଲା ବିଜଦ ସଭାପତି ଜଗନ୍ନାଥ ସାରକା ବୁଧବାର କାରଣ ଦର୍ଶା ନୋଟିସ ରେଜିଷ୍ଟ୍ରି ଦ୍ୱାରା ଜାରି କରିଛନ୍ତି । ଦଳୀୟ କାଉଲସିଲର ମାନଙ୍କ ଉପରର ହୁଇପ ମଧ୍ୟ ଜାରି କରା‌ଯିବ ବୋଲି ଜଣାପଡିଛି। ଏହି ଅନାସ୍ଥା ପ୍ରସ୍ତାବ ଆଗତ ସମୟରେ ନେତୃତ୍ୱ ନେଇଥିବା ବିଜଦର ପୌର ଅଧ୍ଯକ୍ଷ ମହେଶ୍ବର ପଟ୍ଟନାୟକଙ୍କୁ ମଧ୍ୟ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପୌର ପରିଷଦର ଦୈନନ୍ଦିନ କାର୍ଯ୍ୟ କ୍ଷେତ୍ରରେ ଅଧ୍ଯକ୍ଷଙ୍କ ପ୍ରମୁଖ ଭୂମିକା ରହିଛି। କୌଣସି ଗୁରୁତ୍ବ ନଥିବା ଉପାଧ୍ଯକ୍ଷଙ୍କ ବିରୋଧରେ ବିଶେଷ କାରଣ ନଥାଇ ଅନସ୍ଥା ପ୍ରସ୍ତାବ ଆଣିବା ଏବଂ ଦଳ ବିରୋଧୀ ଆଇନ ଲାଗୁ କରାଯାଉ ବୋଲି ପୌର ଉପାଧ୍ଯକ୍ଷା ଶ୍ରୀମତୀ ପଣ୍ଡା ହାଇକୋର୍ଟରେ ଆଶ୍ରୟ ନେବେ ବୋଲି ଆଲୋଚନା ହେଉଛି। ଏପରି ସ୍ଥିତିରେ ରାୟଗଡାରେ ଆଗକୁ ଆହୁରି ଅନେକ ରାଜନୈତିକ ହଟଚମଟ ଦେଖାଯିବାର ସମ୍ଭାବନା ଦୃଢ଼ିବୁତ ହୋଇଛି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ