ଜିଲ୍ଲା ସମାଜସେବୀ ସଂଘ, ବରଗଡ ପକ୍ଷରୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ ପରିସରରେ ମାଗଣା ରେ ରନ୍ଧା ଖାଦ୍ୟ ବଣ୍ଟନ ର ଶୁଭାରମ୍ଭ।
ବରଗଡ – ( ଭବାନୀ ଶଙ୍କର ପାଢ଼ୀ) ଜିଲ୍ଲା ସମାଜ ସେବୀ ସଂଘ,ବରଗଡ ପକ୍ଷରୁ ଅତାବିରା ବ୍ଲକ ର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଅତାବିରା କୁ ଆସୁ ଥିବା ରୋଗୀ ମାନଙ୍କ ସହଯୋଗୀ ମାନଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରା ଯାଇଛି |ଏହି ଶୁଭ କାର୍ଯ୍ୟ ଅବସରରେ ବୃକ୍ଷ ରୋପଣ କରି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଧିକାରୀ ଡାଃ ରବିନାରାୟଣ ମିଶ୍ର ଶୁଭାରମ୍ଭ କରିଥିଲେ l ଏହି ମାଗଣା ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ପ୍ରତି ସୋମବାର ଦିନ ସକାଳ ୧୧.୩୦ ରେ ହେବ lଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ସମାଜ ସେବୀ ସଂଘ ର ସଭାପତି ବଳିଷ୍ଠ ଦୁର୍ଗା ଙ୍କ ନେତୃତ୍ୱ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାଃ ରବିନାରାୟଣ ମିଶ୍ର, ସମ୍ମାନିତ ଡାଃ ପ୍ରମୋଦ କୁମାର ଭୋଇ (ଅବସର ପ୍ରାପ୍ତ ଅଧ୍ୟକ୍ଷ ), ବୀରେନ୍ଦ୍ର କର (ଚାଷୀ ନେତା),ଭବାନୀ ଶଙ୍କର ପାଢ଼ୀ (ଅମୃତ କୁଟୁମ୍, ଭେଡେନ ), ପରମେଶ୍ୱର ପଟେଲ (ବଜରଙ୍ଗ ଦଳ ), ଅଶ୍ବିନୀ ମେହେର (ବିଶ୍ୱ ହିନ୍ଦୁ ପରିଷଦ ), ଜୟ କୃଷ୍ଣ ଛୁରିଆ, (ସଚେତନ ନାଗରିକ ), ବବଲୁ ଭେଷରl(ଭୀମ ଆର୍ମି ), ରାମଚଣ୍ଡୀ ମନ୍ଦିର କମିଟି, ଦୁର୍ଗା ମନ୍ଦିର କମିଟି,ମନୋଜ ଶର୍ମା (ଲlୟନ୍ସ କ୍ଲବ ଗୋଡଭଗା ), ମାରୱାଡି ୟୁଵା ମଞ୍ଚ ତଥା ଅତାବିରା ର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ lଜ଼ିଲ୍ଲା ସମାଜସେବୀ ସଂଘ ର ସକ୍ରିୟ ସଦସ୍ୟ,ମିଠାରାମ ସାହୁ, ରମାକାନ୍ତ ସାହୁ , ରାଜେଶ ଶର୍ମା,କୀର୍ତ୍ତ ମହାନନ୍ଦ,ମନୋଜ ବାଗ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ହୋଇ ଥିଲା l ଏହି କାର୍ଯ୍ୟକ୍ରମ ରେ ସମସ୍ତେ ଆସି ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଥିବାରୁ ଜ଼ିଲ୍ଲା ସମାଜ ସଂଘ, ବରଗଡ ତରଫରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ l
