୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଗଜପତି,(ମନୋଜ ପାଢ଼ୀ): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ ଝାଡଖଣ୍ଡର ରାଜ ଡେଭିସ (୨୮ )। ସକାଳେ ପୋଲିସ ଅଧିକାରୀ ଶ୍ରୀରାଜ ପାଢ଼ୀ ଟିମ ସହ ପାଟ୍ରୋଲିଂ କରୁଥିବା ବେଳେ ଆକିଲି ଗାଁ ନିକଟରେ ଏକ ମାରୁତି ସୁଜୁକି ସୱିଫ୍ଟ କାର (ଜେଏଚ୍ ୦୫ଡିସି୧୯୪୬)କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ଜରି ଅଖାରେ ଥିବା ଗଞ୍ଜେଇ ମିଳିଥିଲା। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତରେ ଏହାକୁ ଓଜନ କରିବାରୁ ୪୪ କେଜି ହୋଇଥିଲା । ଏନେଇ ମୋହନା ଥାନାରେ ନଂ. ୧୧୧/ ୨୬ରେ ମାମଲା ରୁଜୁ ହୋଇଛି। ଏହି ଚୋରାଚାଲାଣରେ ଆଉ କିଏସବୁ ସଂଶ୍ଳିଷ୍ଟ ଅଛନ୍ତି ଚିହ୍ନଟ ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଓମ ନାରାୟଣ ପାତ୍ର କହିଛନ୍ତି।
