ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ସଂସ୍କୃତ ସାପ୍ତାହିକ ଦିବସ ପାଳିତ ।ଗଜପତି(ମନୋଜ ପାଢୀ) : ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ସଂସ୍କୃତ ସାପ୍ତାହିକ ଦିବସ ମହାସମାରୋହ ଅନୁଷ୍ଠିତ ହେଇଥିଲା |ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା ପତକା ଉତ୍ତୋଳନ କରି ଛାତ୍ର ଛାତ୍ରୀଙ୍କୁ ଶୃଙ୍କଳିତ ଶିକ୍ଷା ଗ୍ରହଣ କରି ଭବିଷ୍ୟତ ଗଡିବା ପାଇଁ ଉପଦେଶ ଦେଇଥିଲେ |ସଂସ୍କୃତ ଉତ୍ସବ, ହର ଘର ତ୍ରିରଂଙ୍ଗ| ଉତ୍ସବ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା, ପ୍ରଵନ୍ଦ ପ୍ରତିଯୋଗିତା, କୁଇଜ, ହସ୍ତଲିପି, ଶ୍ଳୋକ ଆବୃତ୍ତି, ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଟ କିରାଣୀ, କ୍ରୀଡା ଶିକ୍ଷକ, ପିଅନ ଉପସ୍ଥିତ ରହି ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |ସଂସ୍କୃତ ସାପ୍ତାହିକ କାର୍ଯ୍ୟକ୍ରମ ରେ ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଗୁରାଣ୍ଡି ସଂସ୍କୃତ ଶିକ୍ଷକ ଶ୍ରୀ କାଳିନ୍ଦୀ ଚରଣ ଭୂୟାଁ ମୁଖ୍ୟ ବକ୍ତା ହେଇ ସଂସ୍କୃତ ବିଷୟରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ |
