ଆମ୍ବୁଲାନ୍ସ କର୍ମଚାରୀଙ୍କ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକର ଖଜୁରୀପଦା ଠାରେ ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଉପ ସଭାପତି କ୍ରୀଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଜିଲ୍ଲାରୁ ୧୦୮ ଆମ୍ବୁଲାନ୍ସ ପାଇଲଟ୍, ଫାର୍ମସିଷ୍ଟ ଓ ଆଟେଣ୍ଡାଣ୍ଟ କର୍ମଚାରୀ ଯୋଗଦାନ ଦେଇଥିଲେ । ୧୦୮ ଆମ୍ବୁଲାନ୍ସ କର୍ମୀମାନଙ୍କ ବିଭିନ୍ନ ସମସ୍ୟା, ସଂଘକୁ କିଭଳି ସୁଦୃଢ କରାଯିବ ଏବଂ ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଥିଲା । ମୁଖ୍ୟତ ଆମ୍ବୁଲାନ୍ସ କର୍ମଚାରୀମାନେ ୧୨ ଘଣ୍ଟା କମକରି, ୮ଘଣ୍ଟା ପାରିଶ୍ରମିକ ପାଉଛନ୍ତି । ୪ଘଣ୍ଟାର ପ୍ରାପ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠିକା ସଂସ୍ଥା ହଡପ କରି ନେଉ ଯାଉଛନ୍ତି । ତେଣୁ ଏହାକୁ ଘୋର ନନ୍ଦା କରିବା ସହ ଠିକ୍ କାମକୁ କାମକୁ ଠିକ୍ ପ୍ରାପ୍ୟ କିପରି ମିଳିବ ସେନେଇ ପୁଙ୍ଖନୁପୁଙ୍ଖ ଆଲୋଚନା ହୋଇଥିଲା ଏତବବ୍ୟତୀତ ଜିଲ୍ଲାସ୍ତରୀୟ ନୂତନ କମିଟି ଗଠନ କରାଯାଇଥିଲା । ସଭାପତି କ୍ରୀଷ୍ଣାଚନ୍ଦ୍ର ନାୟକ,ଉପ ସଭାପତି ଆଲୋକ କୁମାର ନାୟକ , ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ କୋଷାଧ୍ୟକ୍ଷ ସୁମିତ ବାରିକ, ସହ କୋଷାଧ୍ୟକ୍ଷ କେଦାରନାଥ ସାହୁ, କୋର କମିଟି ଦୁର୍ଗା ପ୍ରସିଦ ପାଢୀ,ଅଶ୍ବିନୀ କୁମାର ନିୟକ, ସଦୟ ଜିସାୟ ପାଣି, ଲୁକା ବଡ ରଇତଙ୍କୁ ସର୍ବ ସମ୍ମତିରେ ଚୟନ କରାଯାଇଛି ।
Related Posts
ଆଇନଜୀବୀଙ୍କୁ ଏସିଡ ମାଡ଼ କରି ଫେରାର ଥିବା ଦୁର୍ବୃତ୍ତଙ୍କୁ ଗିରଫ ଦାବୀ କରି ଧାରଣାରେ ବସିଥିବା ଆଇନଜୀବୀ ଙ୍କୁ ସାକ୍ଷାତ କଲେ ପାରଳାଖେମୁଣ୍ଡି ବିଧାୟକ ।
ଆଇନଜୀବୀଙ୍କୁ ଏସିଡ ମାଡ଼ କରି ଫେରାର ଥିବା ଦୁର୍ବୃତ୍ତଙ୍କୁ ଗିରଫ ଦାବୀ କରି ଧାରଣାରେ ବସିଥିବା ଆଇନଜୀବୀ ଙ୍କୁ ସାକ୍ଷାତ କଲେ ପାରଳାଖେମୁଣ୍ଡି ବିଧାୟକ । ଗଜପତି…
ଭଏସ ଅଫ ମିଡ଼ିଆ ସମ୍ବଲପୁର ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସାମ୍ବାଦିକ ସୁରକ୍ଷା ଓ ପେନଶନ ଦାବି
ଭଏସ ଅଫ ମିଡ଼ିଆ ସମ୍ବଲପୁର ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସାମ୍ବାଦିକ ସୁରକ୍ଷା ଓ ପେନଶନ ଦାବି . ସମ୍ବଲପୁର – ଆଜି 30.8.2024 ଦିନ…
ନିର୍ବାଚନ ପ୍ରକ୍ରିୟାକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯିବା ନିମନ୍ତେ ସମସ୍ତ କ୍ଷେତ୍ରରେ ନିରପେକ୍ଷ ଭୂମିକା ଗ୍ରହଣ କରାଯାଉଛି: ଓଡ଼ିଶା ଡିଜିପି
ନିର୍ବାଚନ ପ୍ରକ୍ରିୟାକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯିବା ନିମନ୍ତେ ସମସ୍ତ କ୍ଷେତ୍ରରେ ନିରପେକ୍ଷ ଭୂମିକା ଗ୍ରହଣ କରାଯାଉଛି: ଓଡ଼ିଶା ଡିଜିପି ଭୁବନେଶ୍ୱର: ,(ଅଭିଷେକ…