କିଷାନ ମଜ଼ଦୁର ମହାସଂଘ ଓଡିଶା ର କୃଷକ ନେତା ସଚିନ ମହାପାତ୍ର କୃଷି ମନ୍ତ୍ରୀଙ୍କୁ ଭେଟି ଓଡିଶାର ସମସ୍ୟାକୁ ସମାଧାନ ପାଇଁ ଅବଗତ କଲେ…. ଭୁବନେଶ୍ୱର :- ଓଡ଼ିଶାର ବିଭିନ୍ନ କୃଷି ସମସ୍ୟା ନେଇ ନୂଆଦିଲ୍ଲୀ ସ୍ଥିତ କୃଷି ଭବନରେ ଓଡ଼ିଶାର କୃଷକ ନେତା ଶ୍ରୀ ସଚିନ ମହାପାତ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହଙ୍କ ସହ ସାକ୍ଷାତକାର କରି ଓଡିଶା ର ବିଭିନ୍ନ ସମସ୍ୟା କୁ ଅବଗତ କଲେ l ଓଡ଼ିଶାର ମଣ୍ଡି ଆଇନ , ପୋଲାଭରାମ ପ୍ରକଳ୍ପ,କୃଷି କ୍ଷେତ୍ର ପାଇଁ ବିଜୁଳି ସମସ୍ୟା , ଜଳସେଚନ , ଜଳ ନିଷ୍କାସନ , ଆଖୁ ଚାଷୀ ଓ ଚିନିକଳ , କପା ଚାଷୀ ଙ୍କ ସମସ୍ୟା ଭଳି ଅନେକ ଗମ୍ଭୀର ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହାସହ ପଞ୍ଜାବ ହରିୟାଣା ସୀମାରେ ଚାଲିଥୁବ କୃଷକ ଆନ୍ଦୋଳିନ ର ସମସ୍ତ ଦାବି ଯଥାର୍ଥ ଏହାର ତୁରନ୍ତ ସମାଧାନ ସହ msp କୁ ଆଇନ ର ଜାମା ପିନ୍ଧେଇଲେ କୃଷକ ମାନଙ୍କ ସମସ୍ୟା ସମାଧାନ ହେଇପାରିବ ବୋଲି କୃଷି ମନ୍ତ୍ରୀ ଙ୍କ ଆଗରେ କଥା ରଖିଥିଲେ l ସର୍ବପରି ଓଡିଶାକୁ କୃଷି ବିଭାଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏକ କୃଷି କମିଟି ଉଭୟ ରାଜ୍ୟ ଓ କେନ୍ଦ୍ରରେ କରାଯାଇ ମାସକୁ ଥରେ ସରକରଙ୍କ ସହ ଆଲୋଚନା କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ ଏଥିରେ ଅନେକ ସମସ୍ୟାର ସମାଧାନ ହେଇପାରିବ , ସମ୍ବାଦରେ ହିଁ ସମାଧାନ ହେଇପାରିବ ବୋଲି କହିଥିଲେ ମନ୍ତ୍ରୀ ମଧ୍ୟ ଏହି ସବୁ ସମସ୍ୟାକୁ ଗମ୍ଭୀରତାର ସହ ନେଇଥିଲେ ଓଡିଶା ସରକାରଙ୍କ ସହ ତୁରନ୍ତ ଆଲୋଚନା କରି କମିଟି ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଶା କରିଛି ଏହାଯଦି ହୁଏ ଓଡିଶା ର କୃଷକ ମାନେ ଲାଭବାନ ସହ ସରକାରଙ୍କୁ ସମସ୍ତ ସମସ୍ୟା ଅବଗତ କରେଇ ପାରିବେ କୃଷକ ନେତା ଙ୍କ ସୂଚନା ।
Related Posts
ବରଗଡ଼-ନୂଆପଡ଼ା ନୂତନ ରେଳପଥକୁ କେନ୍ଦ୍ର କେବିନେଟ୍ ସବୁଜ ସଙ୍କେତ ଦେଇଥିବାରୁ ସମଗ୍ର ବରଗଡ଼ ଜିଲ୍ଲାରେ ବିଶେଷ କରି ପଦ୍ମପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି।
ବରଗଡ଼-ନୂଆପଡ଼ା ନୂତନ ରେଳପଥକୁ କେନ୍ଦ୍ର କେବିନେଟ୍ ସବୁଜ ସଙ୍କେତ ଦେଇଥିବାରୁ ସମଗ୍ର ବରଗଡ଼ ଜିଲ୍ଲାରେ ବିଶେଷ କରି ପଦ୍ମପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି। ଚାରି ଦଶନ୍ଧିର…
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ…
ଶିଆଳିଲଟି ପଞ୍ଚାୟତରେ ଜିଲ୍ଲାପାଳ ଙ୍କ ସଂଯୁକ୍ତ ଜନଅଭିଯୋଗ ଶୁଣାଣି
ଶିଆଳିଲଟି ପଞ୍ଚାୟତରେ ଜିଲ୍ଲାପାଳ ଙ୍କ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଆର,ଉଉଦୟଗିରି-(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଶିଆଳିଲଟି ପଞ୍ଚାୟତ କାର୍ଯ୍ୟାଳୟ ରାଜୀବଗାନ୍ଧି ସେବାକେନ୍ଦ୍ରରେ ଠାରେ…