କୋଟିଆ ପରବ ପ୍ରସ୍ତୁତିର ସମୀକ୍ଷା କଲେ କୋରାପୁଟ ଜିଲ୍ଲାପାଳ

କୋଟିଆ ପରବ ପ୍ରସ୍ତୁତିର ସମୀକ୍ଷା କଲେ କୋରାପୁଟ ଜିଲ୍ଲାପାଳ

କୋଟିଆ ପରବ ପ୍ରସ୍ତୁତିର ସମୀକ୍ଷା କଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ: ଆଗାମୀ କୋଟିଆ ପରବ ଆୟୋଜନ ପାଇଁ ଚାଲିଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ତଦାରଖ କରିଛନ୍ତି କୋରାପୁଟ ଜିଲ୍ଲାପାଳ। ଆଜି ଜିଲ୍ଲାପାଳ କୋଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନେରେଡ଼ିୱାଲସା ଗ୍ରାମ ଗସ୍ତ କରି ପରବ ଆୟୋଜନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତିର ସମୀକ୍ଷା କରିଥିଲେ।ପରବର ସୁଚାରୁ ଆୟୋଜନ ନିମନ୍ତେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଥିଲା। ଏଥିସହ ଆୟୋଜନକୁ ସଫଳ କରିବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ଚାଲିଥିବା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା।ଏହି ଗସ୍ତ ସମୟରେ କୋରାପୁଟ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।