ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ସିପାହୀ ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଗତ ୭ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ସିପାହୀ ଆଶୁତୋଷ ମୃଦୁଙ୍ଗିଆ। ମୃତ ଆଶୁତୋଷ ଗତ ଦୁଇ ବର୍ଷ ତଳେ ମହିଳା ସିପାହୀ ସନ୍ଧ୍ୟା ନାୟକ ଙ୍କୁ ବାହା ହୋଇଥିଲେ। ତାଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ପାଣ୍ଡବ ନଗର ଓ ସେ ମୋଟର ଯାନ ବିଭାଗ ସିପାହୀ ଭାବେ କାର୍ଯ୍ୟରତ ଥିଲେ। କିନ୍ତୁ ପତ୍ନୀ ସନ୍ଧ୍ୟା ଙ୍କ ମନୋମାଳିନ୍ୟ ହେବାପରେ ଗର୍ଭବତୀ ସନ୍ଧ୍ୟା ଙ୍କୁ ମାଡ ମାରି ଗର୍ଭ ନଷ୍ଟ କରିବା ଅଭିଯୋଗରେ ସେ ଜେଲ୍ ଯାଇ ଜାମିନରେ ଆସିଥିଲେ।ଗତ ୭ ତାରିଖ ଦିନ ବିଜିପୁର ପୋଲିସ କଲୋନୀରେ ରହୁଥିବା ସନ୍ଧ୍ୟା ଙ୍କ କ୍ୱର୍ଟରରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ ସେହି ଦଗ୍ଧାଭିଭୁତ ଶରିରରେ ଜନୈକ ହାବିଲଦାର ଙ୍କ ଘରକୁ ଚାଲିଯାଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ବର୍ଣ୍ କେୟାର ୟୁନିଟ୍ ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ସୁଚନା ଥାଉକି ମୃତ ଆଶୁତୋଷ ଚିକିତ୍ସା ସମୟରେ ତାଙ୍କ ସ୍ତ୍ରୀ ସନ୍ଧ୍ୟା ଓ ଶାଳକ ଦିବସ ନାୟକ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ବୋଲି ପୋଲିସ କୁ ବୟାନ୍ ଦେଇଥିବା ଜଣାପଡ଼ିଛି।
ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ସିପାହୀ
