ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୨ ହଜାର, ସହାୟିକାଙ୍କ ୬ ହଜାର ଟଙ୍କାକୁ ବୃଦ୍ଧି

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୨ ହଜାର, ସହାୟିକାଙ୍କ ୬ ହଜାର ଟଙ୍କାକୁ ବୃଦ୍ଧି

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୨ ହଜାର, ସହାୟିକାଙ୍କ ୬ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର, ୨୭ ନଭେମ୍ବର: ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ବଢ଼ିଲା ଦରମା ସହ ମୃତ୍ୟୁକାଳୀନ ଓ ଅବସରକାଳୀନ ସହାୟତା ରାଶି। ବିଧାନସଭାରେ ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହି ଦରମା ବୃଦ୍ଧି ଘୋଷଣା କରାଯାଇଛି।

କାହାର କେତେ ବଢ଼ିଲା ଦରମା?

ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ଦରମା ୧୦ ହଜାର ଟଙ୍କାରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୫ ହଜାର ଟଙ୍କାରୁ ୬ ହଜାର ଟଙ୍କାକୁ ବଢ଼ାଯାଇଛି।

ମୃତ୍ୟୁକାଳୀନ ସହାୟତା ଦୁଇଗୁଣ

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅବସରକାଳୀନ ସହାୟତାରେ ବଡ଼ ବୃଦ୍ଧି

  • ଅଙ୍ଗନବାଡ଼ି କର୍ମୀଙ୍କ ଅବସରକାଳୀନ ସହାୟତା ୧ ଲକ୍ଷରୁ ୩ ଲକ୍ଷ ଟଙ୍କା।
  • ଅଙ୍ଗନବାଡ଼ି ସହାୟିକାଙ୍କ ଅବସରକାଳୀନ ସହାୟତା ୫୦ ହଜାରରୁ ୧ ଲକ୍ଷ ୫୦ ହଜାର ଟଙ୍କା।

ବାର୍ଷିକ ପ୍ରୋତ୍ସାହନ ମଧ୍ୟ ଜାରି

ଅଙ୍ଗନବାଡ଼ି କର୍ମୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ୧୮ ହଜାର ଟଙ୍କା ଏବଂ ସହାୟିକାଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ୧୪ ହଜାର ୨୦୦ ଟଙ୍କା ଜାରି ରହିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ

ଦରମା ବୃଦ୍ଧି ଘୋଷଣା ପରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନୁରୋଧ କରିଛନ୍ତି।

ସରକାରଙ୍କ ଏହି ଘୋଷଣା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ଏକ ପଦକ୍ଷେପ ବୋଲି ଆଶା କରାଯାଉଛି।