ବାତ୍ୟା କ୍ଷତିଗ୍ରସ୍ତ ଗଜପତିରେ ନିରଞ୍ଜନ ପୂଜାରୀଙ୍କ କ୍ଷୟକ୍ଷତି ଅନୁଧ୍ୟାନ

ବାତ୍ୟା କ୍ଷତିଗ୍ରସ୍ତ ଗଜପତିରେ ନିରଞ୍ଜନ ପୂଜାରୀଙ୍କ କ୍ଷୟକ୍ଷତି ଅନୁଧ୍ୟାନ

*ବାତ୍ୟା କ୍ଷତିଗ୍ରସ୍ତ ଗଜପତିରେ ନିରଞ୍ଜନ ପୂଜାରୀଙ୍କ କ୍ଷୟକ୍ଷତି ଅନୁଧ୍ୟାନ* ।

ଗଜପତି ,୨୦.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକ୍ୱାନ’ର ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଏହାର ସବୁଠାରୁ ଅଧିକ ପ୍ରଭାବ କୃଷି କ୍ଷେତ୍ରରେ ପଡ଼ିଛି।ବନ୍ୟାଜଳରେ ଶହ ଶହ ଏକର ଧାନ ଫସଲ ବୁଡ଼ି ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ଗଭୀର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି।

ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଅଞ୍ଚଳର ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ସହ ଚାଷୀଙ୍କ ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ବାଚସ୍ପତି ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଗଜପତି ଜିଲ୍ଲା ଗସ୍ତ କରି ଗୋଷାଣି ବ୍ଲକର ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ସୋବରା, ନୂଆ ଗୋଷାଣି, ବାଘଶାଳା ଓ ସରଧାପୁର ପଞ୍ଚାୟତର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ସେ କ୍ଷତିଗ୍ରସ୍ତ ଚାଷୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ।ପରିଦର୍ଶନ ସମୟରେ ବନ୍ୟାଜଳରେ ବୁଡ଼ି ରହି ନଷ୍ଟ ହୋଇଥିବା ବ୍ୟାପକ ଧାନ ଫସଲର ଦୃଶ୍ୟ ଦେଖି ସେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ।

ଏହା ଯୋଗୁଁ କୃଷକ ପରିବାରର ଜୀବିକା ଓ ଆର୍ଥିକ ସ୍ଥିତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ହୃଦୟଙ୍ଗମ କରିଥିଲେ।କ୍ଷୟକ୍ଷତିର ପ୍ରକୃତ ଚିତ୍ର ବିଧାନସଭାରେ ଉପସ୍ଥାପନ କରାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ଓ ତୁରନ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯିବା ବୋଲି ସୂଚନା ମିଳିଛି।ଶ୍ରୀ ନିରଞ୍ଜନ ପୂଜାରୀଙ୍କର ଏହି ଗସ୍ତ ସମୟରେ ସ୍ଥାନୀୟ ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ମଧ୍ୟ ସାମିଲ ହୋଇଥିଲେ।ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲୁଥିବା ସମୟରେ ସେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଗୁରୁତ୍ୱାରୋପ କରିଥିଲେ।