*ଗାୟତ୍ରୀ ପ୍ରଜ୍ଞାପୀଠରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର, ୧୦ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର* ।
ଗଜପତି,୨୦.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶାଖା ଏବଂ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଇଶ୍ରତ ନର୍ସିଂ ହୋମର ମିଳିତ ସହଯୋଗରେ ଗାୟତ୍ରୀ ପ୍ରଜ୍ଞାପୀଠ ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଇଶ୍ରତ ନର୍ସିଂ ହୋମର ଅଭିଜ୍ଞ ଡାକ୍ତର ଅଞ୍ଜଳୀ ଏବଂ ଗଣେଶ ବେହେରାଙ୍କ ସମେତ ଅଭିଷେକ ଯୋଗଦେଇ ଶିବିରକୁ ଆସିଥିବା ବ୍ୟକ୍ତିମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ଏହି ଶିବିରରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ନିଜ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ।ପରୀକ୍ଷା ସମୟରେ ୧୦ ଜଣ ବ୍ୟକ୍ତିଙ୍କଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଇଶ୍ରତ ନର୍ସିଂ ହୋମର ସ୍ୱତନ୍ତ୍ର ବସ୍ ଯୋଗେ ବ୍ରହ୍ମପୁର ନିଆଯାଇ ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରେ ପହଞ୍ଚାଇ ଦିଆଯାଇଥିଲା।ଏଭଳି ଜନହିତକର କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଓ ଅସହାୟ ଲୋକଙ୍କୁ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବାରୁ ଗାୟତ୍ରୀ ପରିବାର ଏବଂ ଇଶ୍ରତ ନର୍ସିଂ ହୋମର ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।
